ଛତ୍ରପୁର ନିକଟ ବଡ଼ଶଙ୍ଖ ଠାରେ ଏକ ହତ୍ୟାକାଣ୍ଡ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ବିହିତ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ, ଛତ୍ରପୁର ସହରର ମୁଖ୍ୟସଡକ ପଥ ମେନରୋଡ଼ ଠାରୁ ମାତ୍ର ୫ କି.ମି. ଦୂରସ୍ଥ ପୁରୁଣା ୫ ନମ୍ବର ଜାତୀୟ ରାଜପଥ ପୋଡାପଦର ଗ୍ରାମ ପରବର୍ତ୍ତୀ ବଡ଼ଶଙ୍ଖ ସ୍ଥିତ ବାମ ପାର୍ଶ୍ଵରେ ଥିବା ବର ଓ ତାଳ ବୃକ୍ଷ ତଳେ ଜଙ୍ଗଲିଆ ସ୍ଥାନରୁ ଏକ ଅଚିହ୍ନା ଶବ ଉଦ୍ଧାର ହୋଇଛି । ଏହା ପୁରୁଣା ବ୍ରିଜ ଗଞ୍ଜାମ ସହରକୁ ଏହି ରାସ୍ତା ଯାଇଥିଲା । ଏହି ରାସ୍ତା ଦୀର୍ଘ ୩୫ ବର୍ଷ ହେଲା ବନ୍ଦ ହୋଇ ରହିଛି । ଏହି ସ୍ଥାନ ମର୍ଡର କରିବା ପାଇଁ ଏକ ପ୍ରଯୁର୍ଜ୍ୟ ସ୍ଥଳ ପାଲଟିଛି, ଯାହା ସାଧାରଣରେ କୁହାଯାଏ । ଏହି ସ୍ଥାନ ପରିସର ଗଞ୍ଜାମ ଥାନା ଅଧୀନରେ ରହିଥିବା ନେଇ କୌଣସି ବିଶ୍ୱସ୍ତ ବ୍ୟକ୍ତି ପୋଲିସକୁ ଖବର ଦେଇଛନ୍ତି । ଘଟଣାସ୍ଥଳରେ ଗଞ୍ଜାମ ଥାନା ପୋଲିସ ରବିବାର ରାତ୍ରି ପ୍ରାୟ ୭ଘ.୩୦ରେ ଖବର ପାଇ ପହଞ୍ଚି ଅନୁସନ୍ଧାନ ଚଳାଇଛି । ଏହା ଏକ ହତ୍ୟାକାଣ୍ଡ ଓ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ସାଧାରଣରେ ଅନୁମାନ କରାଯାଇଛି । ଆସନ୍ତାକାଲି ସକାଳେ ଛତ୍ରପୁର ପୋଲିସ ମୁଖ୍ୟାଳୟରୁ ଏକ ସାଇଣ୍ଟିଫିକ ଟିମ୍ ପହଞ୍ଚିବେ, ତେବେ ଘଟଣାର ସବିଶେଷ ବିବରଣୀ କାଲି ହିଁ ଜଣାପଡିପାରେ ବୋଲି କୁହାଯାଏ । ପଡ଼ିଥିବା ଶବ ନିକଟରେ ପୋଲିସ ପହରା ଦେଇଛନ୍ତି । ଖବର ପାଇ ଛତ୍ରପୁର ଏସ୍ଡ଼ିପିଓ ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ଛତ୍ରପୁର ପୋଲିସ ହେଡ କ୍ୱାଟର ଥାନାରୁ ସେକେଣ୍ଡ ଅଫିସର ସତ୍ୟ ଜିତ ବେଣିଆ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।

Leave A Reply

Your email address will not be published.

2 + five =