csstore

ଦଲାର ଗ୍ରାମର ବହୁ ଚର୍ଚ୍ଚିତ ନବ ବଧୂ ହତ୍ୟା ଘଟଣାରେ ଦୁଇ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଗତ ୨୭ ତାରିଖରେ ଗଂଦିଆ ଥାନା ଅନ୍ତର୍ଗତ ଦଲାର ଗ୍ରାମରେ ଜଣେ ନବ ବିବାହିତା ବହୁ ସଙ୍ଗୀତା ଦାସଙ୍କୁ ତାଙ୍କର ଶଶୁର ଘର ଲୋକେ ଯୌତୁକ ପାଇଁ ମାରି ଟାଙ୍ଗୀ ଦେଇଥିଲେ ବୋଲି ବଲ ବୋହୂର ଭାଇ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ତରାଜଙ୍ଗ ଗ୍ରାମର ସୋମ୍ୟରଞ୍ଜନ ଷଣ୍ଢ ୨୭ ତାରିଖ ସନ୍ଧ୍ୟାରେ ଗଂଦିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତିକରି ପୋଲିସ ୮୬/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତଦନ୍ତ ପରେ ସ୍ଵାମୀ ନରେନ୍ଦ୍ର ଦାସ ଓରଫ ବିଷ୍ଣୁ ଏବଂ ଶଶୁର ନନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ସମସ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଗଂଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.