pakka

ସାମାନ୍ୟ ବଚସାରୁ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ

bbehera

ଦେବଗଡ଼ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗୋହିଡା ଗ୍ରାମର ରଞ୍ଜିତ ନାୟକଙ୍କୁ ସାମାନ୍ୟ ବଚସାକୁ କେନ୍ଦ୍ର କରି ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ରଞ୍ଜିତ ଘର ବାହାରେ ଶୋଇଥିବା ବେଳେ ତାଙ୍କୁ ପ୍ରଭାତ କୁମୁରା ବୋଲି ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପ୍ରଭାତ ଗତକାଲି ରଞ୍ଜିତଙ୍କ ବାପା ବାଙ୍ଗୁରୁ ନାୟକଙ୍କ ସହ ପାଟିତୁଣ୍ଡ କରିଥିଲା । ରଞ୍ଜିତ ଏହାକୁ ବିରୋଧ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇପଡି ପ୍ରଭାତ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ଘଟଣାସ୍ଥଳରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ କୁଣ୍ଢେଇଗୋଳା ଥାନା ପୁଲିସକୁ ଏନେଇ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ହତ୍ୟାକାରୀ ପ୍ରଭାତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଜବତ କରିଛି । ଆଜି ସକାଳୁ ସାଇଣ୍ଟିଫିକ ଟିମ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.

nine + eight =