pakka

ସୋନଗଡ଼ ନଦୀ କୂଳେ ଥାଇ ଶୋଷରେ ରହୁଛନ୍ତି ହାତୀସରା ଗ୍ରାମବାସୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକୁ ଦିନ ପ୍ରଚଣ୍ଡ ତାତି ବଢ଼ି ଚାଲିଛି । ଜଳ ସ୍ତର ତଳକୁ ତଳକୁ ଯାଉଛି । ଏହି ପରିସ୍ଥିତିରେ ନଦୀକୂଳରେ ଥିବା ଗାଁରେ ମଧ୍ୟ ପ୍ରାୟ ୧୦ ଦିନ ହେଲା ଜଳ ସଙ୍କଟ ବଢ଼ିବାରେ ଲାଗିଛି । ଏଭଳି ସମସ୍ୟା ଉପୁଜିଛି ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ନଦୀ କୂଳରେ ଥିବା ହାତୀସରା ଗାଁରେ । ପିଇବା ପାଣି ନଦୀରୁ ଯୋଗାଣ ହେଉ ନଥିବାରୁ ଗ୍ରାମବାସୀ ଶୋଷରେ ରହୁଥିବା ଅଭିଯୋଗ ହେଉଛି । ଖରା ଦିନରେ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ପଞ୍ଚାୟତ ପକ୍ଷରୁ ଟେଙ୍କରର ବ୍ୟବସ୍ଥା କରାଯାଇଛି । ହେଲେ ଏହି ଟେଙ୍କର ବି ପାନୀୟ ଜଳ ସମସ୍ୟାର ସମାଧାନ କରିପାରୁନାହିଁ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି । କେବଳ ପଞ୍ଚାୟତର ହାତୀସରା ଗାଁ ନୁହେଁ ଏହା ସହ ନାଇକେନଶିରା ଓ ଦାବଲିକାନି ମଧ୍ୟ ସମାନ ସମସ୍ୟା । ପାନୀୟ ଜଳ ସମସ୍ୟାର ତୁରନ୍ତ ସାମାଧାନ କରାଯିବାକୁ ହାତୀସରା ପଞ୍ଚାୟତବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

5 × 4 =