ଦେୟ ମୁକ୍ତ ବିଜୁଳି ପାଇଁ ଆପ୍‌ର ଦସ୍ତଖତ ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଆମ୍ ଆଦମୀ ପାର୍ଟି ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଅତାବିରାଠାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ସାପ୍ତାହିକ ବଜାରଠାରେ ବିଜୁଳି ସମ୍ପର୍କୀତ ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଲେ ବ୍ଲକ ଇନଚାର୍ଜ ଜୟ କିଶନ ଛୁରିଆ, ଜିଲ୍ଲା ଆବାହକ ଭବାନୀ ସାହୁ, ପବିତ୍ର ଦେହେରି, ଦୀନବନ୍ଧୁ ରନବିଡା ଓ ଯଦୁମଣି ପ୍ରଧାନ ଯୋଗଦେଇଥିଲେ । ବରଗଡ଼ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ, ଏରିଅର ଆଦାୟ, ଚଢା ଦରକୁ ଆପ୍ ତରଫରୁ ବିରୋଧ କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ ।

Leave A Reply

Your email address will not be published.

twelve + twenty =