jayashree

ଭାଇ ହାତରେ ଭାଇର ହତ୍ୟା

  • ଜମିବାଡ଼ି ବିବାଦରୁ ଘଟିଲା ହତ୍ୟାକାଣ୍ଡ, କାଠ ଫାଳିଆ ଜବତ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଘଟିଛି ଅଭାବନୀୟ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ନିଜ ବଡ଼ ଭାଇଙ୍କୁ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଅଢ଼ାପଡ଼ା ଅଞ୍ଚଳର ୩୯ ବର୍ଷୀୟ ସୁଦର୍ଶନ ଓରାମ । ଅଭିଯୁକ୍ତ ତାଙ୍କ ସାନ ଭାଇ ୩୫ ବର୍ଷୀୟ କିଶୋର ଓରାମ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ଘରୋଇ କଳହ ହୋଇଥିଲା । ପରେ କଳହ ଉଗ୍ର ରୂପ ନେବାରୁ କିଶୋର ଏକ କାଠ ଫାଳିଆରେ ସୁଦର୍ଶନଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଜବତ କରିଛି । ଏନେଇ ଲଖନପୁର ଥାନାରେ କେସ୍ ନମ୍ବର ୨୭୪, ବିଏନ୍‌ଏସ୍‌ ଧାରା ୧୦୩(୧) ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ କିଶୋର ଓରାମଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଚଲାଇଛି ।

Leave A Reply

Your email address will not be published.