ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ଯ୍ୟଟନ ସ୍ଥଳୀ ପ୍ରସିଦ୍ଧ ହରିଶଙ୍କର ପୀଠ । ହରିଶଙ୍କର ମନ୍ଦିର ପାହାଡ଼ ପାଦଦେଶରେ ପ୍ରାକୃତିକ ବୃକ୍ଷରାଜି ବେଶ ମନଲୋଭା ପରିବେଶ । ଗନ୍ଧମାର୍ଦ୍ଦନ ପାହାଡ଼ ଶିଖରୁ ଝରୁଥିବା ପାପନାଶିନୀ ଝରଣା ସେଲପଥର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ହରିଶଙ୍କର ପୀଠର ଅନେକ କିମ୍ବଦନ୍ତୀ ରହିଛି ତାହା ପର୍ଯ୍ୟଟକମାନେ କିପରି ଦେଖିପାରିବେ ଓ ଜାଣିପାରିବେ ସୂଚନା ଫଳକର ସଂକ୍ଷିପ୍ତ ଲିଖିତ ଅନୁଯାୟୀ ଖ୍ରୀ .ଅ ୧୨୪୬- ୧୩୧୧ ମଧ୍ୟ ତତ୍କାଳୀନ ପାଟଣା ମହାରାଜା ବୈନ ସିଂ ଦେଓ ରାଣୀ ଦୂର୍ଲଭା ଦେବୀ ରାଜା ରାଣୀ ଦୁହେଁଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ରାଜାରାଣୀ ଦୁହେଁ ପୀଠକୁ ଆସି ବିଷ୍ଣୁ ଓ ଶିବଙ୍କ ଯୁଗଳ ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ରାଜାରାଣୀ ସାତ ଶହ ବିନ୍ଧାଣି ଲଗାଇ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରଟି ଗନ୍ଧମାର୍ଦ୍ଦନ ପାହାଡ଼ ପଶ୍ଚିମ ମୁଖା ହୋଇ ଅବସ୍ଥିତ । ଏହାର ବିପରୀତ ତଥା ଗନ୍ଧମାର୍ଦ୍ଦନ ପଶ୍ଚିମ ଦିଗରେ ପୂର୍ବ ମୁଖା ହୋଇ ଭଗବାନ ନୃସିଂହନାଥ ମାର୍ଜାରି ( ବିରାଡ଼ି ) ରୂପରେ ରାଜା ବୈନ ସିଂ ଦେଓଙ୍କ ଦ୍ଵାରା ନିର୍ମିତ ହୋଇଅଛି । ପ୍ରାୟ ଖ୍ରୀ.ଅ ୧୩୦୦ ପୂର୍ବର କଥା ଅନୁଯାୟୀ ଏକଦା ସିପକା ବଂଶୀୟ ସହଦେବ ଭୁଏ ନାମକ ଜଣେ ବୃଦ୍ଧ (କନ୍ଧ ) ଆଦିବାସୀ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ କନ୍ଦମୂଳ ଖୋଲୁଥିବା ସମୟରେ ହଠାତ୍ ତାଙ୍କର ଖଣତି ଟି ଶିବ ଲିଙ୍ଗ ଉପରେ ବାଜିବା ଫଳରେ ଏକ ଭିଷଣ ଶବ୍ଦ ଶୁଭିଲା । ବୃଦ୍ଧଟି ଚାରିପଟେ ଅନାଇ ଅବାକ୍ ହୋଇ ଭୟରେ ଥରିଉଠିଲେ । ସେହି ସ୍ଥାନରେ ହଠାତ୍ ଜଟାଜୁଟ ମଣ୍ଡିତ ବିଶାଳକାୟ ସନ୍ୟାସୀ ଆବିର୍ଭାବ । ଦେହର ବିଭୁତି, ହସ୍ତରେ ତ୍ରିଶୂଳ, ବ୍ୟାଘ୍ର ଚର୍ମ ପରିଧାନ କରି ଭଗବାନ ବୃଦ୍ଧଙ୍କ ଦେଖାଦେଲେ । ଆଖି ଆଲୁଅରେ ଝଲଛି ଉଠିଲା, ହୃଦୟ କମ୍ପି ଉଠିଲା, ଭୟଭୀତ ହୋଇ ବୃଦ୍ଧଟି ସେହି ସ୍ଥାନରୁ ଫେରିଆସି ଘଟିଥିବା ଘଟଣା ତାଙ୍କ ପରିବାରର ଓ ପାଖ ପଡେ଼ାଶୀ ମାନଙ୍କୁ କହିଥିଲେ । ସେଦିନ ରାତିରେ ଭଗବାନ ଶିବ ସ୍ଵପ୍ନାଦେଶରେ ବୃଦ୍ଧାଙ୍କୁ ଦର୍ଶନ ଦେବା ସହ ସେହି ସ୍ଥାନରେ ଭଗବାନ ହରି ଓ ଶଙ୍କର ଭଗବାନ ଆବିର୍ଭାବ ହୋଇ ବାସ କରୁଥିବା କଥା ବୃଦ୍ଧାଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ମୂଷିକ ଦୈତ୍ୟଙ୍କୁ ମାରିବା ପାଇଁ ଜୁଗି ରହିଥିବା କଥା ଭଗବାନ ହରି ଓ ଶଙ୍କର ଭଗବାନ ବୃଦ୍ଧାଙ୍କୁ କହିଲେ ଓ କନ୍ଧବୁଢାଙ୍କୂ ହରିଶଙ୍କର ସେବା କରିବାକୁ ଆଦେଶ ଦେଲେ । ସେହି ଦିନଠାରୁ କନ୍ଧ ବୁଢ଼ାଙ୍କ ବଂଶଧର ମାନେ ଆଜି ପର୍ଯ୍ୟନ୍ତ ଭଗବାନ ଶଙ୍କରଙ୍କ ସେବା ଆସୁଥିବାର ସୂଚନା ଫଳକରେ ସୂଚିତ ରହିଛି । ଭଗବାନ ବିଷ୍ଣୁ (ହରି) ଏବଂ ଶିବ (ଶଙ୍କର )ଙ୍କ ଦିବ୍ୟ ଆସନ ହରିଶଙ୍କର ପୀଠର କିମ୍ବଦନ୍ତୀ ଉପରେ ସୁଚନା ଫଳକରେ ସୂଚିତ ରହିଥିବାରୁ ପର୍ଯ୍ୟଟକମାନଙ୍କୁ ସୂଚନା ଫଲକ ଟି ବେଶ୍ ଆକୃଷ୍ଟ କରିପାରିଛି ।