jsm

ହିନ୍ଦୁ ନବବର୍ଷରେ ସାମୁହିକ ହନୁମାନ ଚାଲିଶା ପଠନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ହିନ୍ଦୁ ନବ ବର୍ଷ ଚୈତ୍ର ପ୍ରତିପଦା ଦିନ ନରସିଂହ ମନ୍ଦିର ଠାରେ ସାମୁହିକ ହନୁମାନ ଚାଲିଶା ପଠନ ହୋଇଯାଇଛି । ଶ୍ରୀ ନରସିଂହ ଭଗବାନଙ୍କୁ ସାମୁହିକ ଦୀପଦାନ ପରେ ଡ. ପ୍ରେମାନନ୍ଦ ମହାନ୍ତି ଏକ ହନୁମାନଙ୍କ ଭଜନ ଗାନ କରିଥିଲେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗିରିଜା ଶଙ୍କର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ବର୍ଷ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ନାରୀ ସଂଗଠନର ସଭାପତି ମାଳତୀ ଉଦଗାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ପୂଜ୍ୟପୂଜା ସେବା ସଂଗଠନର ଉପଦେଷ୍ଟା ଦ୍ୱୟ ଜୟରାମ ମିଶ୍ର ଙ୍କ ପୌରହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂପାଦିକା କସ୍ତୁରୀ ରଥ ହନୁମାନ ଚାଲିଶା ପଠନର ସଂଙ୍କଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିହାରିକା ମିଶ୍ର, କୁମୁଦିନୀ ମିଶ୍ର, ରଂଜିତା ମିଶ୍ର, ସଂଯୁକ୍ତା ମିଶ୍ର, ଦିପ୍ତୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ, ଆରତୀ ତ୍ରିପାଠୀ, କୁସୁମ ଶତପଥି, ବିଣାପାଣି ଆଚାର୍ୟ୍ୟ, ସୁଷମା ଦାଶ, ଚିନ୍ମୟୀ ଉଦ୍‌ଗାତା, ଭୂମିତ୍ରା ଗୁରୁ, ପୁଷ୍ପାଞ୍ଜଳୀ ଗୁରୁ, ମାମୀ ସିଂହଦେଓ, ସ୍ୱର୍ଣ୍ଣମୟୀ ମିଶ୍ର, ମନ୍ଦାକିନୀ, ରଶ୍ମି ପାତ୍ର, ମଧୁ ସାହୁ, ସୀତାଂଶୁ ନାୟକ, କପିଳ ପତି, ଆଶିଷ ରଂଜନ ଉଦ୍‌ଗାତା ଓ ଆଲୋକ ରଂଜନ ଉଦ୍‌ଗାତା ସହଯୋଗ କରିଥିଲେ । ଶେଷରେ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.