pakka

ଦୁଇ ସ୍ୱେଛାସେବୀ ସଂଗଠନ ଖୁସି ଚାରିଟେବୁଲ ଟ୍ରଷ୍ଟ ଓ ସୋସିଆଲ ଆକ୍ଟିଭିଷ୍ଟ ଅଫ୍‌ କଳାହାଣ୍ଡିଙ୍କ ହସ୍ତକ୍ଷେପ ପରେ ଥଇଥାନ ହେଲେ ହଳଧର ରଣା

bbehera

କଳାହାଣ୍ଡି, (ପି.କେ. ସାହୁ) : ଭଗବାନଙ୍କ ବଡ ବିଚିତ୍ର ନିୟମ । କିଏ ଖୁସିରେ ଅଛି ତ କିଏ ଦୁଃଖରେ ଅଛି । କିଏ ପିତା ମାତାଙ୍କୁ ପାଇ ଖୁସି ତ କିଏ ନଥିବାରୁ ଦୁଃଖରେ ଅଛନ୍ତି । କିଛିଲୋକ ପିତା ମାତାଙ୍କୁ ବୋଝ ଭାବି ରାସ୍ତା କଡରେ ମଧ୍ୟ ଫିଙ୍ଗି ଦେଉଛନ୍ତି । କିଛି ଲୋକ ପିତାମାତାଙ୍କୁ ହରାଇ ଅନାଥ ଅସହାୟ ହୋଇ ପଡୁଛନ୍ତି । ଏହିପରି ଏକ ଦୁଖଭରା ହୃଦୟ ଥରା କାହାଣୀ ଦେଖିବାକୁ ମିଳିଥିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତ ଟେପସା ଗାଁରେ । ସୂଚନା ଅନୁସାରେ ହଳଧର ରଣାଙ୍କ ପିତା ଜୟକର ରଣା କାଁହି କେତେ ଦିନରୁ ମୃତ୍ୟୁ ବରଣ କରିଥିବା ବେଳେ ମାତା ସୁପାରୀ ରଣା ଗତ ବର୍ଷ କରୋନା ସମୟରେ ମୃତ୍ୟୁବରଣ କରିଥିଲେ । ହଳଧର ରଣା ଜନ୍ମରୁ ଦିବ୍ୟାଙ୍ଗ । ସବୁ ଶୁଣିପାରୁଥିବା ବେଳେ କିଛି କହି ପାରନ୍ତି ନାହିଁ । କେବଳ ଇସାରାରେ ସବୁ ଦେଖନ୍ତି । ପିତା ମାତାଙ୍କ ଦେହାନ୍ତ ପରେ ସେ ଏକା ହୋଇଗଲେ । ରହିବେ କୋଉଠି ଖାଇବେ କଣ ଏହାକୁ ନେଇ ଅନେକ ପ୍ରଶ୍ନ । ଗାଁରେ ଯିଏ ଯାହା ଦେଲା ତାକୁ ସେ ଖାଉଥିଲେ । ନିଜର ବୋଲି ଘର ଖଣ୍ଡେ ମଧ୍ୟ ନଥିବାରୁ ସେ ଅନ୍ୟ ଘରେ ଆଶ୍ରୟ ନେଉଥିଲେ । ସରକାରୀ ସହାୟତା କହିଲେ ମାସିକ ୭ ସହ ଟଙ୍କା ୩୫କେଜି ଚାଉଳ ମିଳୁଛି । ସେ ଦିବ୍ୟାଙ୍ଗ ହେତୁ ରାନ୍ଧିକି ମଧ୍ୟ ଖାଇ ପାରନ୍ତି ନାହିଁ । ଚାଉଳ ଓ ଭତ୍ତା ପଇସା ନେଇ ରୋଷେଇ କରି ଖାଇବାକୁ ଦେବାକୁ ମଧ୍ୟ ସମ୍ପର୍କୀୟ ମାନେ ମନା କରିଦେଲେ । ଏହି ସମସ୍ୟା ବିଷୟରେ ଜାଣିଲା ପରେ ସ୍ଥାନୀୟ ଭଦ୍ରବ୍ୟକ୍ତି ସମାଜସେବୀ ଯଶୋବନ୍ତ ରଣାଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି ତାଙ୍କୁ ଥଇଥାନ କରିବା ପାଇଁ ନିବେଦନ କରିଥିଲେ । ଖବର ପାଇଲା ପରେ ଯଶୋବନ୍ତ ରଣା ନିଜେ ହଳଧରଙ୍କ ପାଖକୁ ଯାଇ ସମସ୍ୟା ସବୁ ଦେଖିଲେ ଓ ତାଙ୍କୁ ଥଇଥାନ କରିବା ପାଇଁ କଳାହାଣ୍ଡିର ଦୁଇ ସାମାଜିକ ସଂଗଠନ ଖୁସି ଚାରିଟେବୁଲ ଟ୍ରଷ୍ଟ ଓ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ସହ ଯୋଗାଯୋଗ କରି ହଳଧରଙ୍କୁ ଥଇଥାନ କରିବାକୁ ନିବେଦନ କରିଥିଲେ । ଦୁଇ ସଂଗଠନର ନିଷ୍ପତି କ୍ରମେ କେସିଟିର ଉପସଭାପତି ରୋମାଞ୍ଚଳ ରଣା ଓ ଯଶୋବନ୍ତ ରଣା ହଳଧରଙ୍କ ଘରକୁ ଯାଇ ତାଙ୍କୁ ଥଇଥାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଦୁଇ ସଂଗଠନ ଓ ଡିଏସଏସଓଙ୍କ ନିଷ୍ପତ୍ତି କ୍ରମେ ହଳଧରଙ୍କୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଦୁଇ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ବରିଷ୍ଟ କର୍ମକର୍ତା ଅଜୟ କୁମାର ଯାଦବ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀ, ଅଙ୍କିତ ସେଠି, ମୃତ୍ୟୁଞ୍ଜୟ ରଣା, ଲଷ୍ମୀକାନ୍ତ ନାଏକ ଓ ଖୁସି ଚାରିଟେବୁଲ ଟ୍ରଷ୍ଟର ରୋମାଞ୍ଚଳ ରଣା, ଯଶୋବନ୍ତ ରଣା ପ୍ରମୁଖ ହଳଧରଙ୍କୁ ସାଙ୍ଗରେ ଧରି ଭବାନୀପାଟଣା ଠାରୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମକୁ ନେଇ ଆଶ୍ରମର ପ୍ରତିଷ୍ଠାତା ଶ୍ୟାମ ସୁନ୍ଦର ଜାଳଙ୍କୁ ସମର୍ପିତ କରିଥିଲେ । ଶ୍ୟାମସୁନ୍ଦର ଜାଳ ମଧ୍ୟ ହଳଧରଙ୍କୁ ରଖିବା ପାଇଁ ପ୍ରତିଶୃତି ଦେଲେ ଏବଂ ତାଙ୍କୁ ଆଶ୍ରମ ଠାରେ ଆଶ୍ରୟ ଦେଲେ । ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

five × two =