pakka

ବିଜେଡିରେ ସାମିଲ ହେଲେ ୨୪୦ ଜଣ ଯୁବକ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ପାଣଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ସାମିଲ ହୋଇଛନ୍ତି ୨୪୦ ଜଣ ଯୁବକ ବୋଲି ଜଣାପଡିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଏବଂ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପରେ ଆସ୍ଥା ରଖି ପାଟଣାଗଡ ଏନ୍‌ଏସି ତଥା ବନେଇମୁଣ୍ଡା ଗ୍ରାମପଞ୍ଚାୟତର ୨୪୦ ଜଣ ଯୁବକ ଓ ସମାଜସେବୀ ବିଜେଡିରେ ଯୋଗଦାନ କରିଛନ୍ତି । ସୂଚନା ଅନୁସାରେ ବିଧାୟକ ଶ୍ରୀ ମେହେରଙ୍କ ଉପସ୍ଥିତିରେ ବନେଇମୁଣ୍ଡାର ପୂର୍ବତନ ସରପଞ୍ଚ ସୁଜିତ ବହିଦାରଙ୍କ ନେତୃତ୍ୱରେ ପାଟଣାଗଡ ଏନ୍‌ଏସି ଓ ବ୍ଲକର ବନେଇମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ସହିତ ଯୁବକ ଓ ସମାଜସେବୀମାନେ ସାମିଲ ହୋଇଛନ୍ତି ବିଜେଡି ଦଳରେ । ନୂତନ ଭାବେ ସାମିଲ ହୋଇଥିବା ସଭ୍ୟ ମାନଙ୍କୁ ବିଧାୟକ ଶ୍ରୀ ମେହେର ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

twelve + 14 =