jayashree

ଗ୍ୟାସ ପାଇଁ ଗ୍ରାହକ ହଇରାଣ

  • ଏଣିକି ହୋମ ଡେଲିଭରୀ ଏଜେନ୍ସୀ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ଦେଶରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ସବୁ ଆଡ଼େ ରନ୍ଧନ ଗ୍ୟାସ ସଙ୍କଟ ଦେଖା ଦେଇଛି । ସେହିପରି ସୋନପୁର ସହରରେ ଥିବା ଏଚ୍‌ପି ଗ୍ୟାସ ଏଜେନ୍ସି ମଧ୍ୟ ସେହିଦିନ ଠାରୁ ହୋମ୍ ଡେଲିଭରି ସେବା ଯୋଗାଇବାରେ ବିଫଳ ହୋଇଥିବା ଦେଖାଯାଇଛି । ଯାହା ଫଳରେ କି ସହରରେ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି । ଗ୍ରାହକମାନେ ଗ୍ୟାସ ଏଜେନ୍ସି ସମ୍ମୁଖରେ ପ୍ରତିଦିନ ସକାଳ ୬ଟାରୁ ୧ଟା ଯାଏ ଆସି ଲମ୍ବା ଧାଡ଼ି ଲାଗୁଛନ୍ତି । ଖରା ଦିନ ହୋଇଥିବାରୁ ପ୍ରବଳ ଗରମରେ ଗ୍ରାହକ ଆଉଟୁ ପାଉଟୁ ହେବା ସାଙ୍ଗକୁ ଜାତୀୟ ରାଜପଥ ମଧ୍ୟ ଜାମ ହେଉଛି । ସେପଟେ ଲାଇନରେ ଛିଡ଼ା ହୋଇ ଗ୍ରାହକ ଗ୍ୟାସ ନ ପାଇ ଝାଳ ନାଳ ହେଉଥିବା ଅଭିଯୋଗ ହେଇଆସୁଛି । ଏନେଇ ସୁବର୍ଣ୍ଣପୁର ସହରର ଏଚ୍‌ପି ଗ୍ୟାସର ପୁଷ୍ପଲତା ଗ୍ୟାସ ଆଜେନ୍ସୀ ପକ୍ଷରୁ ତତ୍ଵାଧାରକ ଚରଣ ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ସହରବାସୀ ତଥା ଗ୍ରାହକଙ୍କୁ ଅନୁରୋଧ କରିଛନ୍ତି ଯେ, ପର୍ଯ୍ୟାପ୍ତ ପରିମାଣରେ ଗ୍ୟାସ ରହିଛି । ବୁକିଂ କରିବା ପରେ ଉପଭୋକ୍ତାଙ୍କୁ ଗ୍ୟାସ୍ ୪/୫ ଦିନ ଭିତରେ ଘରକୁ ଘର ହୋମ ଡେଲିଭରୀ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଅଯଥାରେ ଅଫିସକୁ ଆସି ଭିଡ଼ କରନ୍ତୁ ନାହିଁ ପ୍ରବଳ ଖରା ଯୋଗୁଁ ଧାଡ଼ିରେ ଠିଆ ହେବା ଦ୍ଵାରା ଅଂଶୁଘାତ ଓ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି । ବୁକିଂ କରିଥିବା ସମସ୍ତ ଉପଭୋକ୍ତାଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ ଗ୍ୟାସ୍ ଯୋଗାଇ ଦିଆଯିବ ବୋଲି ମିଡିଆ ଜରିଆରେ ଶ୍ରୀ ନାଏକ ଉପଭୋକ୍ତା ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.