csstore

ବିଦ୍ୟୁତ ଆଘାତରେ ଛାତ୍ରୀ ସ୍ମୃତିମୟୀ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୧୧ ଦାମୋଦର ପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ସ୍ମୃତିମୟୀ ବେହେରା ଅପରାହ୍ନରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ । ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଛତ୍ରପୁର ମେଡିକାଲକୁ ନେଇଥିଲେ । ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ସ୍ମୃତିମୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ ନିମନ୍ତେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଆହତ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ହେଉଛନ୍ତି ଭାସ୍କର ବେହେରାଙ୍କ ଝିଅ ସେ ପୂର୍ବରୁ ଗଞ୍ଜାମ ଏନଏସିରେ ଟେକ୍ସକଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ଏବେ ତାଙ୍କର ରାୟଗଡା ବଦଳି ହୋଇଛି । ବିଧାୟକ ମେଡିକାଲ ଆହତ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀଙ୍କୁ ଭେଟିବା ବେଳେ ଭାଜପା ଯୁବ ସଂଗଠକ ଦୀପକ କୁମାର ବେହେରା, ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.