om academy

ଶୋଇଥିବା ସମୟରେ ଭିଣୋଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର

jsm

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ଘର ଅଗଣାରେ ଶୋଇଥିବା ସମୟରେ ଭିଣେଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଛନ୍ତି । ସୂଚନା ପ୍ରକାରେ ବେଲଗାଁ ଗ୍ରାମର ସୁରେନ କୁମ୍ଭାର (୨୫) ଆଜି ଅପରାହ୍ନରେ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ସ୍ତ୍ରୀ ଶିଳାବତୀ କୁମ୍ଭାର ସ୍ୱାମୀ ନିକଟରେ ବସିଥିଲେ । ତେବେ ଆଜି ଦିନ ୧ଟା ସମୟରେ ପାପଡାହାଣ୍ଡି ବ୍ଲକ କଡିଙ୍ଗଗୁଡା ଗ୍ରାମର ସୁରେନଙ୍କ ବଡ଼ ଭିଣେଇ ମୁରଲୀ କୁମ୍ଭାର(୪୦) ହଠାତ୍‌ ଆସି ଟାଙ୍ଗିଆରେ ବେକକୁ ଚୋଟ ଦେଇଥିଲା ଏବଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅଭିଯୁକ୍ତ ମୁରଲୀ ଓ ଟାଙ୍ଗିଆକୁ ଗ୍ରାମବାସୀ କାବୁ କରି ପୁଲିସକୁ ଖବର ଦେଇଥିଲେ । ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ପହଞ୍ଚି ମୁରଲୀଙ୍କୁ ଗିରଫ କରି
ତଦନ୍ତ ଜାରି କରିଛି ।

Leave A Reply

Your email address will not be published.