om academy

ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ଚୟନ ଉତ୍ସବକୁ ଉଦ୍‌ଘାଟନ କଲେ ଜିଲ୍ଲା ଶିକ୍ଷାଧିକାରୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସରକାରୀ ଟାଉନ୍ ବାଳିକା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଯୋଗ ଓଲମ୍ପିଆଡ ଚୟନ ପ୍ରତିଯୋଗୀତା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଯୋଗ ଦେଇ ଏହି ଯୋଗ ଚୟନ ପ୍ରତିଯୋଗୀତା ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପ୍ରାକ୍ତନ ଜିଲ୍ଲା କ୍ରୀଡ଼ା ଶିକ୍ଷାଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଟାଉନ୍ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଶିକ୍ଷାଧିକାରୀ ପ୍ରଦୀପ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରି ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ୨୦ ଜଣ ଶିକ୍ଷକଙ୍କ ସହିତ ୫୦ ଜଣ ପ୍ରତିଯୋଗୀ ଏହି ଯୋଗ ଚୟନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ବେଳେ ଏଥିରୁ ଚୟନ କରଯାଇଥିବା ୬ ଜଣ କୃତୀ ପ୍ରତିଯୋଗୀ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗୀତାରେ ଭାଗ ନେବେ । ସଭାକୁ ହେମନ୍ତ କୁମାର ପଧାନ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିନୋଦ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.