ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବଙ୍ଗଳା ଛକଠାରେ ବୁଧବାର ପୂର୍ବାହ୍ନରେ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ କମ୍ବୁପାଣି ରଣା (୬୫) ସଇଁତଲା ସହରର ଗୋପବନ୍ଧୁ ପଡାର, ଗୁରୁତର ଜଣକ ହେଲେ କନ୍ଦକେଲଗାଁର ଶିକ୍ଷକ କୁମୁଦ ରଞ୍ଜନ ମେହେର(୪୫) ବୋଲି ଜଣାପଡିଛି । ଉଭୟଙ୍କୁ ପୋଲିସ ଉଦ୍ଧାର କରି ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ଶ୍ରୀ ରଣାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା । ଚିକିତ୍ସିତ ଅବସ୍ଥାରେ ଶ୍ରୀ ରଣାଙ୍କ ମୃତ ଘଟିଛି । ବଲାଙ୍ଗିର ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପ୍ରକାଶ ଯେ, ଡ଼ୁମାଲପଡା ସ୍ଥିତ ସତସଙ୍ଗ କେନ୍ଦ୍ରରୁ ବାହାରି ଘରକୁ ଆସୁଥିଲେ । ସେହିପରି କନ୍ଦକେଲଗାଁ ଗ୍ରାମରୁ ସେ ମଧ୍ୟ ବାହାରି କରମତଲା ବିଦ୍ୟାଳୟକୁ ଆସୁଥିଲେ । ସେହି ସମୟରେ ବଲାଙ୍ଗିର ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଲୋକେ ସଇଁତଲା ମେଡିକାଲ ନେଇଥିଲେ । ବତ୍‌ର୍ତ୍ତମାନ ଶ୍ରୀ ରଣା ଜଣେ ଶିକ୍ଷା ବିଭାଗରେ ସ୍କୁଲ ନିରୀକ୍ଷକ ଭାବେ କାର୍ଯ୍ୟରତ ପରେ ଅବସର ଗ୍ରହଣ କରିଥିଲେ । ସେ କୁମ୍ଭାର ସମାଜ ସଭାପତି ମଧ୍ୟ ଥିଲେ । ଏପରିକି ସତସଙ୍ଗ କେନ୍ଦ୍ରର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସମେତ ବିଭିନ୍ନ ବର୍ଗରଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିରେ ସଇଁତଲା ସହରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

5 × one =