pakka

ଗରମ କ୍ଷୀରିରେ ପଡ଼ି ଶିଶୁ ଗୁରୁତର

bbehera

ଖଡିଆଳ, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମରେ ଗରମ କ୍ଷୀରିରେ ପଡ଼ି ୬ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁବାର ଭାସ୍କର ହେର୍ଣ୍ଣାଙ୍କ ପୁଅ ବିକାଶ ହେର୍ଣ୍ଣା(୬) ଘରେ ଚାଲିଥିବା ଗଙ୍ଗାଭୋଜି ଖାଇବାକୁ ଯାଇଥିଲେ । ଏହି ସମୟରେ ରନ୍ଧାଶାଳରେ ରଖାଯାଇଥିବା କ୍ଷୀରି ହାଣ୍ଡିରେ ବିକାଶ ପଡ଼ି ଯାଇଥିଲେ । ଫଳରେ ସେ ୯୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଡିଆଳ ମିଶନ ହସ୍ପିଟାଲକୁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

seventeen + eleven =