କୁଡ଼ାସିଂହା କଲେଜରେ ଗୁରୁଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ନରେଶ ଚନ୍ଦ୍ର ମିଶ୍ର, ରେବତ ଜାଲ, ବଳଭଦ୍ର ବଣ୍ଡା, ଗଙ୍ଗାଧର ସାହୁ, ବିଜୟ ମିଶ୍ର ଓ ଚିନ୍ମୟୀରାଣୀ ମିଶ୍ର ଯୋଗ ଦେଇଥିଲେ । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୀବନୀ ଉପରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅକ୍ଷୟ ଚୌଧୁରୀ ସଭା ସଂଯୋଜନା କରିଥିଲେ । ଛାତ୍ର, ଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରି ଗୁରୁ ପୂଜନ କରିଥିଲେ ।

Leave A Reply

Your email address will not be published.