csstore

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ୧ ନମ୍ବର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଗୁୁରୁଦିବସ-୨୦୨୧ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ବିଘ୍ନେଶ୍ୱର ରଥ ଯୋଗ ଦେଇ ଗୁରୁ ଓ ଶିଷ୍ୟର ସମ୍ପର୍କ ଉପରେ ମାର୍ଗଦର୍ଶନ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ସମ୍ପାଦକ ପଦ୍ମଚରଣ ସାହୁ, ଉପସଭାପତି ଗୀତା ପାଢି, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟ ଏସ୍‌. ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବ କୋଭିଡ୍ ନିୟମ କଟକଣା ମଧ୍ୟରେ ପାଳନ କରାଯାଇଥିଲା । ଶେଷରେ ବରିଷ୍ଠ ଆଚାର୍ଯ୍ୟା ସୁସ୍ମିତା ଚୌଧୂରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏବଂ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଯୋଗଦାନରେ କାର୍ଯ୍ୟକ୍ରମକୁ ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.