
ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱରରେ ଫୁଟିଲା ଗୁଳି । ଦଶ ରାଉଣ୍ଡ ଗୁଳି ଫୁଟାଇ ଅପରାଧୀ ଫେରାର । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳି ମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କିଏ ଓ କାହିଁକି ବ୍ୟବସାୟୀଙ୍କୁ ଗୁଳିମାଡ଼ କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ସହଦେବଖୁଣ୍ଟା ଥାନା ଅଧୀନସ୍ଥ ଅରଡ ବଜାରରେ ଘଟିଥିବା ଏହି ଘଟଣାରେ ଯୁବ ବ୍ୟବସାୟୀଙ୍କ ମୁଣ୍ଡ ଓ ଦେହକୁ ଗୁଳି କରାଯାଇଥିବା ଜଣାପଡ଼ିଛି । ତେବେ, ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
