ନିଃସହାୟ ବିଧବା ମହିଳାଙ୍କ ଗୁହାରୀ ଶୁଣ ହୋ’ ସରକାର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ହିଆଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦାବରୀ ଗାଁର ନିଃସହାୟ ବିଧବା ମହିଳା ଭବାନୀ ମଲିକ ସରକାରଙ୍କୁ ଗୁହାରୀ କରିଛନ୍ତି । ସ୍ୱାମୀ ଭ୍ରମର ମଲିକ ଗତ ତା.୩୦.୦୯.୨୦୧୬ରିଖ କିଡ୍‌ନୀ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ସାରା ପରିବାରର ବୋଝ ଏବେ ଅସହାୟ ମହିଳା ଭବାନୀ ଉପରେ । ଏହି ଦୁଃଖିନୀ ଜଣକ କୋହଭରା କଣ୍ଠରେ କୁହନ୍ତି, ‘ମୋର ନାଁ ରେ ଘରନାହିଁ, ଭତ୍ତା ନାହିଁ । ଏ ବିଷୟରେ ସରପଂଚଙ୍କୁ, ସମିତି ସଭ୍ୟଙ୍କୁ ଓ ବିଡିଓ. ସାହେବଙ୍କୁ ଅନେକ ଥର କହିଛନ୍ତି । କେହି ବି ମୋର ଦୁଃଖ ଦେଖୁନାହାନ୍ତି ।’ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ପାଇବାରୁ ବଂଚିତ ରହି ଦୁଇ ପୁଅ ଓ ଦୁଇ ଝିଅ ସହିତ କୁଲି ମଜୁରୀ କାମ କରି ନିଜ ପରିବାରର ଭରଣ କରୁଛନ୍ତି ଭବାନୀ । ଏଭଳି ଦୁଃଖିନୀ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

Leave A Reply

Your email address will not be published.