ଗୁଡି ସୂତା ଲାଗି ୨ ଆହତ

କଟକ : ଦିନକ ପୂର୍ବରୁ ଗୁଡି ଉଡାଇବା କମିଶନରେଟ୍ ପୋଲିସ ଜାରି କରିଥିଲା ଗାଇଡ୍‌ଲାଇନ୍ । ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ଲାଗିବ ରୋକ୍ । ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ ହେବ କାର୍ଯ୍ୟାନୁଷ୍ଠାନ । ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ସାଧାରଣ ଜନତାକୁ ପରାମର୍ଶ ଦେଇଥିଲା । ଟ୍ୱିଟ୍ କରି ସୂଚନା ଦେଇଥିଲା ଓଡ଼ିଶା ପୋଲିସ । ତେବେ ପୋଲିସର ଅପିଲ୍‌କୁ ନ ଶୁଣି ଚାଇନା ସୂତା ବ୍ୟବହାର କରି ଗୁଡି ଉଡାଉଛନ୍ତି ଲୋକେ । ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି । କଟକରେ ନଜର ଆସିଛି ଏମିତି ଘଟଣା । ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ଗୁଡିର ସୂତା ଲାଗିଥିଲା । ଫଳରେ ଜଣେ ଯୁବକଙ୍କ ବେକରେ ଲାଗିବା ସହ ଅନ୍ୟ ଜଣଙ୍କ ହାତ ପାପୁଲିରେ ଗଭୀର ଆଘତ ଲାଗିଥିବା ଜଣାପଡିଛି । ୨ ଆହତ ଯୁବକ ନିଆଳି ଅଞ୍ଚଳର ବୋଲି ଖବର ମିଳିଛି ।

Leave A Reply

Your email address will not be published.

three + 18 =