pakka

ହୋମଗାର୍ଡ ସଙ୍ଗଠନ ପକ୍ଷରୁ ଗୃହରକ୍ଷୀ ଦିବସ ପାଳିତ

kalikesh

କୋରାପୁଟ : କୋରାପୁଟ ଜିଲ୍ଲା ହୋମଗାର୍ଡ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପୁଲିସ ପଡିଆ ଠାରେ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲ୍ଲି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ହୋମଗାର୍ଡମାନଙ୍କ ସହିତ ଦୀର୍ଘ ସମୟ ବିତାଇବା ସହ ସୁଖଦୁଃଖ ହୋଇଥିଲେ ।

ହୋମଗାର୍ଡମାନଙ୍କ କାର୍ଯ୍ୟ ପ୍ରତି ଥିବା ଭଲପାଇବା ଓ ଦକ୍ଷତା ଦେଖି ରାଜ୍ୟ ସରକାର ସେମାନଙ୍କ ଦରମା ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ ସେମାନଙ୍କ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରାଯାଉଛି ବୋଲି କହିଛନ୍ତି । ହୋମଗାର୍ଡ ନରସିଂହ କମାର ଏନେଇ କହିଛନ୍ତି ଯେ, ଆଜିବି ହୋମଗାର୍ଡମାନେ ଅବହେଳିତ । ସେମାନେ ସମସ୍ତ ପ୍ରକାର କାର୍ଯ୍ୟ ଯଥା, ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ମୁଦାଲା ଏସ୍କର୍ଟ, ସେଣ୍ଟ୍ରୀ ଡ୍ୟୁଟି, ନକ୍ସଲ ଦମନ ଡ୍ୟୁଟି, ଟ୍ରାଫିକ ଡ୍ୟୁଟି କରୁଛୁ । ଏଣୁ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ଆଖି ଆଗରେ ରଖି ଭତ୍ତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଡିସନାଲ ଏସ୍‌ପି ଉତ୍କଳ କେଶରୀ ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

5 × two =