pakka

ଡଃ ଭୀମରାଓ ଆମ୍ବେଦକରଙ୍କ ୬୭ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦୁଝର : ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ୬୭ତମ ଶ୍ରାଦ୍ଧ ଦିବସ ଜିଲ୍ଲା ବିଜେଡି ତରଫରୁ ପାଳନ କରାଯାଇଛି । ସକାଳ ୯ଟାରେ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ନେତୃତ୍ଵରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଜିଲ୍ଲା ପରିଷଦ ସଦସ୍ୟ ଆଶୀଷ ଚକ୍ରବର୍ତ୍ତୀ, ଜିଲ୍ଲା ଏସ୍‌ସି ସେଲ ସଭାପତି ଭରତ ଚନ୍ଦ୍ର ପାତ୍ର, ପୌରପାଳିକା ଉପନଗରପାଳ ବରଦା ପ୍ରସନ୍ନ ଦାସ, ବରିଷ୍ଠ ମହିଳା ବିଜେଡି ନେତ୍ରୀ, ମୀନା ମାଝୀ, ଏସ୍ ସି ସେଲ୍ ନଗର ସଭାପତି ସୁବାସ ଜେନା, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏତଦ୍ ବ୍ୟତୀତ, କେନ୍ଦୁଝର ପାତ୍ରତନ୍ତୀ କଲ୍ୟାଣ ସମିତି ତରଫରୁ ଜିଲ୍ଲା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ଉପସଭାପତି ମାଗୁଣି ଚରଣ ପାତ୍ର, ବରିଷ୍ଠ ସଦସ୍ୟ ଗୋକୁଳ ପାତ୍ର, ପ୍ରେମାନନ୍ଦ ପାତ୍ର ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

10 − 10 =