om academy

ମୁରିବାହାଲ ବ୍ଲକରେ ନୂଆ ବିଡିଓଙ୍କ ଦାୟିତ୍ଵ ଗ୍ରହଣ

jsm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକର ନୂତନ ସ୍ଥାୟୀ ବିଡିଓ ରୂପରେ ପୂର୍ଣ୍ଣାନନ୍ଦ ପଟେଲ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଭାରପ୍ରାପ୍ତ ବିଡିଓ ତଥା ବେଲପଡା ବ୍ଲକ ଏବିଡିଓ ସାରଥୀ ସାହୁଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପଟେଲ ଏହା ପୂର୍ବରୁ କୋମନା ତହସିଲଦାର ରୂପେ କାର୍ଯ୍ୟ କରୁଥିଲେ । ପୂର୍ବରୁ ଥିବା ବିଡିଓ ପ୍ରିୟରଞ୍ଜନ କୁମାରଙ୍କ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବିଡିଓ ଭାବେ ବଦଳି ହୋଇଛି । ସୂଚନା ଯୋଗ୍ୟ ଯେ, ୨୦୧୯ରୁ ୨୦୨୨ ମସିହା ମଧ୍ୟରେ ଏହି ବ୍ଲକରେ ମୋଟ ୧୨ ଜଣ ବିଡିଓ ଦାୟିତ୍ୱରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.