csstore

ଓଡିଆ ଭାଷା ବିକାଶ ମଞ୍ଚର ଗୋପବନ୍ଧୁ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଆମ୍ଭାଗାନ ନିକଟସ୍ଥ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁମନ ଦତ୍ତ, କୁଞ୍ଜବିହାରୀ ରାଉତ, ଶରତ ଚନ୍ଦ୍ର ପଣ୍ଡା, ଅଭିରାମ ପ୍ରଧାନ, ହେମନ୍ତ ବିଶ୍ବାଳ, ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ସେଠୀ, ସରୋଜ କୁମାର ଲେଙ୍କା, ଘନଶ୍ୟାମ ସୁନା, ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ପଣ୍ଡିତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ପତି ଉତ୍କଳମଣିଙ୍କୁ ସାହିତ୍ୟ ଓ ସେବା କ୍ଷେତ୍ରର ସଶ୍ରଦ୍ଧ ଉଚ୍ଚାରଣ ସହ ସେ ଏକାଧାରରେ ଜଣେ ସାମାଜିକ ସଂଗଠକ, ପରିବର୍ତ୍ତକ, ରାଜନେତା, ସାମ୍ବାଦିକ, କବି ଓ ପ୍ରାବନ୍ଧିକ ରୂପେ ଅଭିହିତ କରିଥିଲେ । ଓଡିଆଙ୍କ ମନରେ ଜାତୀୟତା ଭାବନା ଉଦ୍ରେକ କରିବାରେ ସତ୍ୟବାଦୀ ବନ ବିଦ୍ୟାଳୟ ଭୂମିକା ଉପରେ ଆଲୋକପାତ କରିଥିଲେ । ଶେଷରେ ସାଧାରଣ ସଂପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.