csstore

ପାର୍ବଣ ପତ୍ରିକା ‘ସତ୍ୟବାଦୀ’ର ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରରେ ପହଞ୍ଚିଲା ଗୋପବନ୍ଧୁ ଦାସଙ୍କ ମାସିକ ସାହିତ୍ୟ ପାର୍ବଣ ପତ୍ରିକା ସତ୍ୟବାଦୀ । ଏହି ପତ୍ରିକାଟିରେ ରାଜ୍ୟର ବରିଷ୍ଠ ସାହିତ୍ୟିକ, କବି, ପ୍ରାବନ୍ଧିକଙ୍କ ମୂଲ୍ୟବାନ ଲେଖାଗୁଡିକ ପ୍ରକାଶିତ ହୋଇଛି । ତେଣୁ ଏହା ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା କରାଯାଉଛି ବୋଲି ମିତ ପ୍ରକାଶ ପାଉଛି । ଆମ୍ଭାଗାନ ନିକଟସ୍ଥ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତି ନିକଟରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ସମାଜସେବୀ ସୁମନ ଦତ୍ତ, କବି କୁଞ୍ଜବିହାରୀ ରାଉତ, ଅଭିରାମ ପ୍ରଧାନ, ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ, ଘନଶ୍ୟାମ ସୁନା, ଶରତ ଚନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ମହାପାତ୍ର, ବିନୋଦ ରାଉତ, ହେମନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସତ୍ୟବାଦୀ ପତ୍ରିକାକୁ ଉନ୍ମୋଚନ କରିଥିଲେ ।

jayashree
Leave A Reply

Your email address will not be published.