pakka

ବିଜେପୁରରେ ମାଣ୍ଡିଆ ହୋଟେଲର ଶୁଭାରମ୍ଭ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା ମିଲେଟ ମିଶନ ତରଫରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ସ୍ୱେଛାସେବୀ ସଂସ୍ଥା ଦ୍ୱାରା ବରଗଡ଼ ଜିଲ୍ଲାର ପ୍ରଥମ ମାଣ୍ଡିଆ ହୋଟେଲ ବିଜେପୁରଠାରେ ଶୁଭାରମ୍ଭ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା ଭାରପ୍ରାପ୍ତ ବିଡିଓ ଦେବାଶିଷ ସିଂହ୍ନା, ବ୍ଲକ କୃଷି ଅଧିକାରୀ ପ୍ରାଣବନ୍ଧୁ ସାହୁ ତଥା ମହାଶକ୍ତି ଫାଉଣ୍ଡେସନର ଉପସଭାନେତ୍ରୀ ରୋଜାଲିନ ଭୂୟାଁ ଉପସ୍ଥିତ ଥିଲେ । ଏହି ଅବସରରେ ଷ୍ଟେଟ ରିସର୍ଚ୍ଚ ଅଫିସର ପୁଲକ କୁମାର ନାୟକ, ସ୍କିମ ଅଫିସର ସଂଯୁକ୍ତା ମୁଣ୍ଡା ଅପପୁଷ୍ଟି ଜନିତ ବିଭିନ୍ନ ଶାରୀରିକ ସମସ୍ୟା ଓ ସଠିକ୍‌ ଖାଦ୍ୟ ପୋଷଣ ଉପରେ ଆଲୋଚନା କରିଥିଲେ । ମିଲେଟ ମିଶନର ଆଞ୍ଚଳିକ ସଂଯୋଜକ ସଂଜୀବ ନାୟକ ଓ ଜିଲ୍ଲା ସଂଯୋଜକ ମୃତୁଞ୍ଜୟ କନ୍ଦପନ ମାଣ୍ଡିଆ ଖାଦ୍ୟ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ହେବାକୁ ଥିବା କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ । ମିଶନ ଶକ୍ତିର ଡିପିସି ଅନିଲ ଡହଙ୍ଗା ମାଣ୍ଡିଆ ହୋଟେଲ ଉପଭୋକ୍ତାମାନଙ୍କୁ ପୁଷ୍ଟିକର ଜଳଖିଆ ତଥା ସ୍ୱାସ୍ଥ୍ୟ ଅନୁକୂଳ ଖାଦ୍ୟ ଯୋଗାଇବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର କରିବାର ଏକ ନୂଆ ରାହା ମିଳିଗଲା ବୋଲି ମତବ୍ୟକ୍ତ କରିଥିଲେ । ପ୍ରକାଶ ଯେ ମାଣ୍ଡିଆ ହୋଟେଲର ପରିଚାଳନା ଦାୟିତ୍ୱ ଲଷ୍ମୀବାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ତାଳପଦର ନେଇଅଛି । ମିଲେଟ ମିଶନର ବ୍ଲକ ସଂଯୋଜକ ରବି ରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଖୁବ ଶୀଘ୍ର ବ୍ଲକର ତାଲପଦର ଓ ବଡବ୍ରାହ୍ମଣି ଗ୍ରାମ ପଂଚାୟତରେ ଆଉ ଦୁଇଟି ମାଣ୍ଡିଆ ଟିଫିନ ସେଣ୍ଟର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାର ଜଣାଇଥିଲେ । ଏଥିପାଇଁ ଆଗ୍ରହୀ ସ୍ବୟଂ ସହାୟକ ଗୋଷ୍ଠୀମାନେ ତୁରନ୍ତ ସିଡିପିଓ ଅଫିସକୁ ଯୋଗାଯୋଗ କରିବାକୁ କହିଥିଲେ । ଶେଷରେ ସଂଯୋଜକ ଗୌର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଶତପଥୀ, ନରେଶ ବରିହା ଉପସ୍ଥିତ ଥିଲେ । ଲଷ୍ମୀବାଇ ଏସଏଚଜିର ସଭ୍ୟାମାନେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଅତିଥିମାନଙ୍କୁ ପ୍ରଦାନ କରିବା ସହ ଗ୍ରାହକମାନଙ୍କୁ ବିକ୍ରୟ କରିଥିଲେ । ପ୍ରକାଶ ଥାଉକି ମରୁଡି ସହନଶିଳତା ଗୁଣ ପାଇଁ ବିଜେପୁର ଚାଷୀଙ୍କ ପାଇଁ ଧୀରେ ଧୀରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.

one × two =