pakka

ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ : ଅଷ୍ଟମ ଦିନରେ ଗଣଧାରଣା

  • ସାମିଲ ହେଲେ ଓକିଲ ସଂଘ ତଥା କ୍ରିୟାନୁଷ୍ଠାନ କମିଟି

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ଆଜି ଅଷ୍ଟମ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ମ.ରାମପୁର ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟୀ ସାମିଲ ହୋଇଥିଲେ । ଏଥିରେ ଓକିଲା ସଂଘ ତଥା କ୍ରିୟାନୁଷ୍ଠାନ କମିଟି ସଭାପତି ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓ, ସଂପାଦକ ଯତିନ କୁମାର ସାହୁ ଯୋଗଦେଇ ଏହା ଆମର ନାର୍ଯ୍ୟ ଦାବୀ ଏବଂ ଦଳ, ଗୋଷ୍ଠୀ ନିର୍ବିଶେଷ ତଥା ନିର୍ବିବାଦରେ ଆମେ ସମସ୍ତେ ଆମର ହକ୍‌ ପାଇଁ ଲଢେଇ କରିବା ଏବଂ ଏହି ଗଣଧାରଣାର ଶେଷ ଯାଏର୍ ମ.ରାମପୁର ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟି ସହଯୋଗ କରିବ ବୋଲି କହିଥିଲେ । ଆଜି ଅଷ୍ଟମ ଦିନରେ ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତବାସୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସଂଗ୍ରାମ ମଂଚ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଆନ୍ଦୋଳନର ମୁଖ୍ୟ ପୁରୋଧା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଆଜି ଓକିଲ ସଂଘ ଉପସଭାପତି ବରିଷ୍ଠା ଆଇନଜୀବୀ ସପନ କୁମାର ପଟ୍ଟାନୟକ, ସରପଂଚ ଚିତ୍ତରଂଜନ ବାଗ, ସରପଂଚ ସଂଘ ସଂପାଦକ ରମେଶ ସାହୁ, ଦେବେଶ ମାଧବ ସିଂହଦେଓ, ସରପଂଚ ସଂଘ ସଭାପତି କାମଦେବ ସାହୁ, ରୋମାଂଚ ସାହୁ, ସତ୍ୟ ନାରାୟଣ ସାହୁ, ଭବାନୀ ପ୍ରସାଦ ସାହୁ, ସତ୍ୟଜିତ ଚାଟାର୍ଜୀ, ଲଳିତ କୁମାର ମହାଳିକ, ବସନ୍ତ ଭେଇ, ରାଜୁ ମାଝୀ, ମହେନ୍ଦ୍ର ପାତ୍ର, ଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁ, ତିର୍ଥ ରାଜ ସାହୁ, ସୁରେନ୍ଦ୍ର ଧରୁଆ, ବୈକୁଣ୍ଠ ଧରୁଆ, ଚମରା ବଗର୍ତ୍ତୀ, ଗଂଗା ପ୍ରହରାଜ, ପଦ୍ମଲୋଚନ ମିଶ୍ର, କୁବେର ବୁଡ଼େକ, ଚିନ୍ତାମଣି ଭୋଇ, ବୃନ୍ଦାବନ ପୁଟା, ଉଜ୍ଜଳ ଧରୁଆ, ସୁରେନ୍ଦ୍ର ଭୋଇ, ଲୋଚନ ଧରୁଆ, ରମେଶ ମାଝୀ, ସିଙ୍ଗମଲ ମାଝୀ, ମହେନ୍ଦ୍ର ପାତ୍ର ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ମ.ରାମପୁର, କର୍ଲାମୁଣ୍ଡା, ନର୍ଲା ଅଂଚଳବାସୀଙ୍କ ତରଫରୁ ସଂଗ୍ରାମ ମଂଚର ନେତୃତ୍ୱରେ ଗତ ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଯାଇଛି ଏବଂ ଏହା ଚଳିତ ଅକ୍ଟୋବର ମାସବ୍ୟାପୀ ଜାରି ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

2 × 3 =