csstore

ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଲା କେଶରୀୟା ହିନ୍ଦୁ ବାହିନୀ

ଆଗଲପୁର, (କେପିଏନ୍‌ଏସ୍‌) : ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଇଛି କେଶରୀୟା ହିନ୍ଦୁ ବାହିନୀ । ଏ ସଂପର୍କରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଖଲିଆପାଲି ଗ୍ରାମ ଠାରେ ଚୋରା ଗୋଚାଲାଣ କରାଯାଉଥିବା ବେଳେ ଖଲିଆପାଲି ଗ୍ରାମ ମଦଭାଟି ସାମ୍ନାରେ ପାଖାପାଖି ୭୦/୮୦ ଗାଈ ବନ୍ଧା ଯାଇଥିଲା ଏବଂ ଦୁଇଟି ଟାଟା ଏସି ଗାଡ଼ିରେ ଗାଈମାନଙ୍କୁ ନେବା ପାଇଁ ଗୋଚାଲାଣକାରୀ ମାନେ ଉଦ୍ୟମ କରୁଥିଲେ । ଏହି ସମୟରେ କେଶରୀୟା ହିନ୍ଦୁ ବାହିନୀ ଲୋଇସିଂହା ସଂଗଠନର ମହାମନ୍ତ୍ରୀ ସୀତାରାମ ପ୍ରଧାନ ଏବଂ ଲୋଇସିଂହା ବ୍ଲକ ଯୁବ ବାହିନୀ ସଭାପତି ସୁମନ୍ତ ବିଶ୍ଵାଳ ଖବର ପାଇ ୧୦ରୁ୧୫ ଜଣ ବ୍ଲକ୍ ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ସେଠାରେ ପହଞ୍ଚିଥିଲେ ଏବଂ ଗାଈ ଚାଲାଣକୁ ଅବରୋଧ କରି ଗାଈ ମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଗୋଚାଲାଣକାରୀ ମାନଙ୍କୁ ସେଠାରୁ ବିତାଡିତ କରିଥିଲେ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.