ମୁରିବାହାଲ ଗିରିଗୋବର୍ଦ୍ଧନ ପୂଜା ରୌପ୍ୟ ଜୟନ୍ତୀ ୨୫ତମ ବର୍ଷରେ

  • ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ
  • ହଳଦୀ ସମେତ ବ୍ଲକର ୧୬ଟି ସ୍ଥାନରେ ପୂଜା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ୨୫ତମ ବର୍ଷରେ ପଦାର୍ପଣ କରିଛି । ପୂର୍ବଦିନ ଶତାଧିକ ମହିଳା କଳସ ଯାତ୍ରାରେ ଯୋଗଦାନ କରି ସ୍ଥାନୀୟ ଖଜୁରିବନ୍ଧରୁ ପାଣି ଆଣି ଅଷ୍ଟପ୍ରହରୀ ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ଅଷ୍ଟପ୍ରହରୀ ନାମଯଜ୍ଞର କର୍ତ୍ତା ଭାବେ ତରୁଣ ପୋଢ଼ ଏବଂ ତାଙ୍କର ଧର୍ମପତ୍ନୀ ତପସ୍ଵିନୀ ପୋଢ଼ ଥିବା ବେଳେ ଗିରି ଗୋବର୍ଦ୍ଧନ ପୂଜାରେ ଦିଲ୍ଲୀପ ବାଗ ଓ ଧର୍ମପତ୍ନୀ ସଙ୍ଗୀତା ବାଗ ଦାୟିତ୍ୱରେ ଅଛନ୍ତି । ମଙ୍ଗଳବାର ନାମାରମ୍ଭ ହୋଇଥିବା ଅଷ୍ଟପ୍ରହରୀରେ ମୁରିବାହାଲ ଓ ମଗାଁ ମହିଳା ଦଳ, ବାଲିପାଟି, ରଜାମରା, ଗମ୍ଭାରୀଖୋଲା, ପଙ୍ଗନିଆ, ସନ୍ଧିବାହାଲି, ଭୋଇପଡା ଦଳ ଯୋଗ ଦେଇଛନ୍ତି । ଆୟୋଜକ ମୁରିବାହାଲ ଓ ଲଖନା ପଞ୍ଚାୟତ ଗିରି ଗୋବର୍ଦ୍ଧନ ପୂଜା କମିଟିର ସଭାପତି ସାମନ୍ତ ବାଗ, ଉପସଭାପତି ଫାଲଗୁନି ହାତୀ, ଦୈତାରି ହାତୀ, ଦେବାର୍ଚ୍ଚନ ଥପା, ସମ୍ପାଦକ ଦିନେଶ କୁମାର ହଂସ, ସହସମ୍ପାଦକ ସୁଧାଂଶୁ ପୋଢ଼ ଯାଦବ, କୋଷାଧ୍ୟକ୍ଷ ସୁଦର୍ଶନ ଖର୍ସେଲଙ୍କ ସହ ଉପଦେଷ୍ଟା ଯୁବ ଯାଦବ ବ୍ଲକ ସଭାପତି ଗଙ୍ଗାଧର ହେର୍ନା, ଶ୍ରୀପତୀ ସାଣ୍ଡ, ମଧୁସୂଦନ ନାଗ, ମଧୁସୂଦନ ମାହାକୁର, ଦନାର୍ଦନ ବଗର୍ତ୍ତି, ମହେନ୍ଦ୍ର ବାଗ, ଅନାର୍ଯ୍ୟ ହଂସ, ମନୁ ହଂସ, କରନ ଜାଲ, ପରମା ଗହିର, ବଜରଙ୍ଗ ସାଣ୍ଡ, ଉଦିତ କଟା, ପଦ୍ମଲୋଚନ ବନଛୋର, କୃତିବାସ ବାଗ, ଚମ୍ପେଶ୍ୱର୍ ହଂସ, ତ୍ରିଭୁବନ ହେର୍ଣ୍ଣା, ଗିରିଧାରୀ ଛତ୍ରିଆ ପ୍ରମୁଖ ସହଯୋଗ କରୁଛନ୍ତି । ପାରମ୍ପରିକ ବାଡ଼ିଖେଳ, ଅଷ୍ଟପ୍ରହରୀ ସହ ପୂଜାରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି । ଆଜି ବୁଧବାର ନାମଯଜ୍ଞ ପୂର୍ଣ୍ଣାହୁତି ସହ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି । ସେହିପରି ୩୫ତମ ହଳଦୀ ପଞ୍ଚାୟତ ଗିରି ଗୋବର୍ଦ୍ଧନ ପୂଜାରେ ବଜାର ଛକରୁ ହାଇସ୍କୁଲ ଖେଳ ପଡିଆ ପର୍ଯ୍ୟନ୍ତ ୩ଶହ ମହିଳାଙ୍କ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ହଳଦୀ ପଞ୍ଚାୟତ ଯାଦବ ସମାଜ ସଭାପତି ପୁରୁଷୋତ୍ତମ ବାଗଙ୍କ ସଭାପତିତ୍ବରେ ରାଜ୍ୟ ଯାଦବ ମହାସଭା ପ୍ରକଳ୍ପ ବିଭାଗ ଉପସଭାପତି ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଘନଶ୍ୟାମ କରୁଆଁ ମୁଖ୍ୟବକ୍ତା, ହାସ୍ୟ କବି ଗୁଣରଞ୍ଜନ ସାଲିମା, ଯୁବ ଯାଦବ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, କୋଶଲି କବି ମଧୂସୁଦନ ନାଗ, ଜିଲ୍ଲା ଉପଦେଷ୍ଟା ସ୍ବପ୍ନେଶ୍ୱର ମାହାକୁର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ହାସ୍ୟକବି ଶ୍ରୀ ସାଲିମାଙ୍କୁ ଯାଦବକୁଳ ମହକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଗ୍ରାମ୍ୟ ସଭାପତି ବ୍ରଜମୋହନ ବନଛୋର, ମୁନିରାମ ହାତୀ, ପ୍ରକାଶ ହଂସ, ଦୈତାରୀ ଚନ୍ଦନ, ପ୍ରଭାକର ମାହାକୁର, ରଞ୍ଜୁ ହାତୀ, ହୃଷୀକେଶ ବାଗ, କବିରାଜ ବାଗ ଓ ଉପେନ ଜାଲଙ୍କ ସହ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପଞ୍ଚାୟତ ସମ୍ପାଦକ ତଥା ଆୟୋଜକ ପୂଜା କମିଟି ସଭାପତି ସରୋଜ ବାଗ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ । ବ୍ଲକ ଅନ୍ତର୍ଗତ ୨୨ ପଞ୍ଚାୟତର ୧୬ଟି ବିଭିନ୍ନ ସ୍ଥାନରେ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ଏହି ପୂଜାସ୍ଥଳୀଗୁଡ଼ିକୁ ଦର୍ଶନ ସହ ଆଗାମୀ ନିର୍ବାଚନ ପାଇଁ ରାଜନୀତିର ମଧ୍ୟ ଜୋରଦାର ପ୍ରଚାର ପ୍ରସାର ହେଉଥିବା ଦେଖିବାକୁ ମିଳିଛି । ବରିଷ୍ଠ ଯାଦବ ନେତାମାନଙ୍କ ସହ ବିଜେଡ଼ି, ବିଜେପି, କଂଗ୍ରେସ, ଆପ୍‌ ଓ ଅନ୍ୟ ଦଳର ଆଶାୟୀ ପ୍ରାର୍ଥୀମାନେ ପୂଜା ପେଣ୍ଡାଲଗୁଡ଼ିକୁ ବୁଲି ରାଜନୀତିକ ରୋଟି ମଧ୍ୟ ସେକୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.