jayashree

ସାହାଯୋଟ ଗାଁରେ ଗିରି ଗୋବର୍ଦ୍ଧନ ପୂଜା ସମ୍ପନ୍ନ ହେବା ସହ ସରିଲା ଅଷ୍ଟପ୍ରହରୀ ନାମଯଜ୍ଞ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ସାହାଜୋଟ ଗାଁରେ ଚାଲିଥିବା ଗିରି ଗୋବର୍ଦ୍ଧନ ପୂଜା ସମ୍ପନ୍ନ ହେବା ସହ ସରି ଯାଇଛି ଅଷ୍ଟପ୍ରହରୀ ନାମଯଜ୍ଞ । ମଙ୍ଗଳବାର ସନ୍ଧ୍ୟାରେ ଖଲିଆମୁଣ୍ଡାରୁ ବିରାଟ ଶୋଭାଯାତ୍ରାରେ ବାହାରି କଳସ ଆଣି ପୂଜା ସ୍ଥଳରେ ସ୍ଥାପନ କରିଥିଲେ । ଏହି ନାମଯଜ୍ଞରେ ସାହାଯୋଟ, ଭତାଶର, ଚନୁଟମାଲ, ସାଗୁନଭାଡି, ନେହେନା, ନୁଆଗୁଡା ପ୍ରମୁଖ ଗାଁର ସଂକୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରି ପ୍ରଭୁନାମ ଗାନ କରିଥିଲେ । ଆଜି ସକାଳେ ପୂର୍ଣ୍ଣାହୁତି ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପବିତ୍ର ଘିଭେଲା ଓ ତାଙ୍କ ସହ ସହଧର୍ମିଣୀ ବନିତା ଘିଭେଲା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ଶୈଳ ଶତପଥୀ ଦାୟିତ୍ୱ ତୁଲାଇଥିଲେ । ଆୟୋଜକ କମିଟିର ସଭାପତି ଧନସିଂ ନାଗ, ଉପସଭାପତି ବିପିନ ଘିଭେଲା, ସମ୍ପାଦକ ହିମାଂଶୁ ବାଗ, ଯୁଗମ ସମ୍ପାଦକ ମନୋଜ ହଂସ, କୋଷାଧ୍ୟକ୍ଷ ଲୋକେଶ୍ୱର ଭାଟି, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଖର୍ସେଲ, କୈଲାସ ଦାସ, ଦେବେନ୍ଦ୍ର ଦାସଙ୍କ ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.