
ତୁଷୁରା, (କେପିଏନ୍ଏସ୍) : ତୁଷୁରା ଥାନା ଅଞ୍ଚଳର ବିଭିନ୍ନ ଗାଁରୁ ପୁଲିସ ୪୩ ଲିଟର ମଦ ଜବତ କରି ୪ ଜଣଙ୍କୁ ଗିରଫ କରିଛି । କେନ୍ଦୁପଦର ଛକରେ ପୁଲିସ ଚଢାଉ କରି ଅଭିମନ୍ୟୁ ଭୋଇ(୫୦)ଙ୍କ ଠାରୁ ୧୦.୪ ଲିଟର, ତୁଷୁରାର ହରିହର ପାତ୍ରଙ୍କଠାରୁ ୧୦.୮ ଲିଟର, ବଡବାହାଲ ଗାଁର କରଞ୍ଜି ରଣା(୫୦)ଙ୍କ ଠାରୁ ୧୧ ଲିଟର ଓ ଦେଉଲଗୁଡି ଗାଁର ନାରାୟଣ ରଣା(୪୦)ଙ୍କ ଠାରୁ ୧୧ ଲିଟର ଦେଶୀମଦ ଜବତ କରିଛି । ଚଢାଉରେ ଏସ୍ଆଇ ଆଲୋକ ପ୍ରସାଦ ଭୋଇ, ଏସ୍ଆଇ କମଲ ଲୋଚନ ମାଝୀ, ଏସ୍ଆଇ ଯୋଗେଶ୍ୱର ଧରୁଆ, ଏଏସ୍ଆଇ ଖାମସିଂ ମାଝୀ ସାମିଲ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତୁଷୁରା ଥାନା ଅଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି ।