om academy

ସ୍ୱୀକୁ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱୀକୁ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ । ତେବେ ସ୍ୱାମୀଙ୍କୁ ଆନ୍ଧ୍ରପ୍ରଦେଶ କାକିନାଡା ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫ ବର୍ଷ ପୂର୍ବରୁ କାରାଗାଁ ଅଞ୍ଚଳରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । କିଛି ଦିନ ସବୁଠିକ ଚାଲିଥିଲା । ଏହା ପରେ ଝିଅ ଜନ୍ମ ହେଲା । ଏହା ପରେ ସ୍ତ୍ରୀ ଉପରେ ବଢିଥିଲା ସ୍ୱାମୀର ନିର୍ଯ୍ୟାତନା । ଶେଷରେ ସ୍ତ୍ରୀକୁ ବାପ ଘରକୁ ପଠାଇ ଦେଇଥିଲା ସ୍ୱାମୀ । ଗାଁରେ ଏକ ବୈଠକ କରାଯାଇ ସମାଧାନ କରାଯାଇଥିଲା । ପୁଣି ଶାଶୁ ଘରକୁ ଫେରିଥିଲେ ମହିଳା ଜଣକ । ଏହା ପରେ ପୁଣି ବଢିଥିଲା ନିର୍ଯ୍ୟାତନା । ଏହା ପରେ ମହିଳା ଜଣକ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ । ଶେଷରେ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏହି ଖବର ଝିଅର ପରିବାର ଲୋକେ ଜାଣିବା ପରେ ପୋଲିସକୁ ଜଣାଇଥିଲେ । ଏହା ପରେ ଅଢେଇ ବର୍ଷର ଝିଅ ପୋଲିସ ସମ୍ମୁଖରେ ମା’କୁ କିଏ ମାରିଛି ବୟାନ ଦେବା ପରେ ଗିରଫ ହୋଇଥିଲା ହତ୍ୟାକାରୀ ।

Leave A Reply

Your email address will not be published.