
ବାରିପଦା, (କେପିଏନ୍ଏସ୍) : ଗିରଫ ହେଲେ ବାରିପଦା ଟାଉନ ଥାନା ସବ ଇନ୍ସିପେକ୍ଟର ପ୍ରଭାତ ନାୟକ, ସୂଚନା ଦେଲେ ବାରିପଦା ଏଡିପିଓ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କ ନାମରେ ଲଭ-ସେକ୍ସ୍-ଧୋକା ଅଭିଯୋଗ ଆଣିଥିଲେ ପୁରୀ ଅଂଚଳର ଯୁବତୀ । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଧରାଛୁଆଁ ଦେଇନଥିଲେ ପ୍ରଭାତ । ଏନେଇ ମହିଳା ଜଣକ ମୟୂରଭଞ୍ଜ ଏସ୍ପିଙ୍କୁ ଜଣାଇବା ପରେ ବାରିପଦା ଟାଉନ ଥାନାରେ ସବ ଇନ୍ସପେକ୍ଟର ପ୍ରଭାତଙ୍କ ସମେତ ପରିବାରର ୭ଜଣଙ୍କ ନାଁରେ ମାମଲା ରୁଜୁ କଲା ଟାଉନ ପୋଲିସ । ପ୍ରଭାତଙ୍କ ଗିରଫ ପରେ ଅନ୍ୟମାନଙ୍କୁ ତଦନ୍ତ କରି ପରିସରଭୁକ୍ତ କରାଯାଇ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।