pakka

ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ

bbehera

କେନ୍ଦୁଝର/ପାଟଣା : କେନ୍ଦୁଝର ବନଖଣ୍ଡର ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ବୁଲୁଛି । ଏ ଖବର ସ୍ପଷ୍ଟ ହେବା ପରେ ବାଘ ଜୀବନ ପ୍ରତି ବିପଦ ରହିଛି । ତେଣୁ ବନ ବିଭାଗ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଲଗାଇଛି । ଘନ ଘନ ପାଟ୍ରୋଲିଂ କରୁଛି । ଅଟେଇ ଜଙ୍ଗଲର ସବୁ ପ୍ରବେଶ ପଥ ସିଲ୍‌ କରିଛି । ମଙ୍ଗଳବାର ଅଟେଇ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ୯ ଶିକାରୀ ଧରା ପଡ଼ିଥିବା ଜଣାପଡିଛି । ଶିକାରୀମାନଙ୍କଠାରୁ ମାରଣାସ୍ତ୍ର ଜବତ ହୋଇଛି । ଶିକାରୀ ଗିରଫ ପରେ ମହାବଳ ବାଘ ପ୍ରତି ବିପଦ ଘନଉଛି ବୋଲି ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ମଙ୍ଗଳବାର ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଗତିବିଧିକୁ ନଜର କରିବା ପାଇଁ ବନ ବିଭାଗର ଏକ ଟିମ୍‌ ପାଟ୍ରୋଲିଂ ପାଇଁ ଯାଇଥିଲେ । ଏହି ସମୟରେ ଶିକାରୀ ଧନୁତୀର ସହ ଅନ୍ୟାନ୍ୟ ସାମଗ୍ରୀ ଧରି ବୁଲୁଥିବା ଦେଖାଯାଇଥିଲା । ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୩ ନାବାଳକ ସହ ୬ ଜଣଙ୍କୁ କାବୁ କରିଥିଲେ ବନ କର୍ମଚାରୀ । ଅଭିଯୁକ୍ତମାନେ ହେଲେ ବଣମହୁଲଡିହା ଗ୍ରାମର ପ୍ରଭାକର ମହାକୁଡ଼(୪୫), କୈଳାସ ମାଝୀ(୬୦), ଲୁନା ମାଝୀ(୪୫), ଗଣେଶ ମାଝୀ(୨୮), ପିଛୁଳାବେଡା ଗ୍ରାମର ଜଗମୋହନ ମୁଣ୍ଡା(୫୫) ଓ ବନବୀର ଗ୍ରାମର ବୁଦ୍ଧିଆ ମୁଣ୍ଡା(୩୦) ଏବଂ ୩ ନାବାଳକ । ଜଙ୍ଗଲରେ ମହାବଳ ବାଘ ଥିବା ସତ୍ୱେ ଶିକାରୀମାନେ ଜଙ୍ଗଲରେ ବୁଲିବା ବନ ବିଭାଗ ପାଇଁ ଚାଲେଞ୍ଜ ହୋଇଛି । ଶିକାରୀମାନଙ୍କ ନିକଟରୁ ଧନୁତୀର, ଟାଙ୍ଗିଆ ଓ ଫାଶ ଆଦି ଜବତ କରାଯାଇଥିବା ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

five + twelve =