pakka

ଜାଲ ନୋଟ୍ କାରବାର ମାମଲାରେ ଫେରାର ଥିବା ଦୁଇ ଜଣ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଜାଲ ନୋଟ୍‌ କାରବାର ମାମଲାରେ ପୁଣି ଦୁଇ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଲାଠୋର ଗାଁର ମାନସ ରଣା(୩୦) ଓ ତୁରେକେଲା ଥାନା ଗଭରା ଗାଁର ଭୁଜବଳ ମାଝୀ ବୋଲି ଜଣାପଡିଛି । ଖପ୍ରାଖୋଲରେ ନକଲି ନୋଟ୍ ଦୋକାନରେ ଦେବା ପୂର୍ବରୁ ଖପ୍ରାଖୋଲ ପୋଲିସ ଗତ ଫେବୃଆରୀ ୨୬ ତାରିଖ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର(୩୨)ଙ୍କୁ ଗିରଫ କରିବା ସହ ଅଭିଯୁକ୍ତ ଠାରୁ ୮ ଖଣ୍ଡ ୫୦୦ ଟଙ୍କିଆ, ୭ ଖଣ୍ଡ ୨୦୦ ଟଙ୍କିଆ, ୧୧ଖଣ୍ଡ ୧୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଥିଲା । ପରେ ତଦନ୍ତ ସମୟରେ ଅଭିଯୁକ୍ତର ଘରୁ ଜାଲ ନୋଟ୍‌ ସହ ନଗଦ ୩୧ ହଜାର ୩୦୦ ଟଙ୍କା ଜବତ କରିଥିବା ପୋଲିସ୍ ସୂଚନା ଦେଇଥିଲା । ଏହି ଘଟଣାରେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହି ମାମଲାରେ ତଦନ୍ତ କରି ୨୧ ଦିନ ପରେ ପୁଣି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୂର୍ବରୁ ଖପ୍ରାଖୋଲ ଥାନା କେସ୍‌ ନମ୍ବର ୩୩/୨୩ରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା । ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ପଚାରିବାରୁ ମୋଟ ତିନିଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ତଦନ୍ତ ଚାଲିଛି, ଯେଉଁମାନେ ଏହି ଘଟଣାରେ ସଂଶ୍ଳିଷ୍ଟ ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

16 + 1 =