pakka

ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ : ଦୁଇ ଅଭିଯୁକ୍ତ ଗିରଫ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କ ମାମୁଁ ଘରୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ନାବାଳିକାଙ୍କର ମା’ ଏନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇଁ ପୁଲିସ ଉକ୍ତ ନାବାଳିକା ସହ ଦୁଇ ଅଭିଯୁକ୍ତଙ୍କୁ ପାଟଣାଗଡର ଏକ ନିର୍ଦ୍ଧିଷ୍ଟ ଧର୍ମଶାଳାରୁ ଉଦ୍ଧାର କରିଥିଲା । ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଦୁଇ ଯୁବକଙ୍କ ନାମରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁର ବିକାଶ ସାହୁ(୨୩) ଓ ଦେବରାଜ ନାଏକ(୩୨)ଙ୍କୁ ଆଜି ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.

three × 4 =