pakka

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

bbehera

ଜରାସିଂହା, (କେପିଏନ୍‌ଏସ୍‌) : ଡିସେମ୍ବର ୧ ତାରିଖ ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟଳୟ ରେଡ୍‌ ରିବନ କ୍ଲବ ତରଫରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ଜନ୍‌ ହେନେରି ଡୁନାଣ୍ଟଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରି ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଏଡ୍‌ସ ସମ୍ପର୍କିତ ସଚେତନତାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ୟୁଥ୍‌ ରେଡ୍‌କ୍ରସ କାଉନ୍‌ସିଲର ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଏଡ୍‌ସର ସ୍ଥିତି, କାରଣ ଏବଂ ନିରାକରଣ ବିଷୟରେ ମତବ୍ୟକ୍ତ କରିଥିଲେ । ମଞ୍ଚାସୀନ ଅତିଥି ପ୍ରାଧ୍ୟାପକ ବିମଳ କଶୋର ସାହୁ, ଛାତ୍ରୀ ଲିଲି ମେହେର, ନମିତା ପଥ୍ରିମାଲି ଏବଂ ଛାତ୍ର ମିଥିଲେଶ ଧରୁଆ ଏଡ୍‌ସର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଦେଇଥିଲେ । ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ଥନାପତି, କମ୍ପ୍ୟୁଟର ପ୍ରଶିକ୍ଷକ ବାଳଶଙ୍କର ମେହେର, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସସହଯୋଗ କରିଥିଲେ ।

Leave A Reply

Your email address will not be published.

19 − 13 =