shyamal

୮ଟି ଚୋରି ବାଇକ୍‌ ଜବତ : ଜଣେ ନାବାଳକ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ ସଫଳତା । ୮ଟି ଚୋରା ବାଇକ୍‌ ଜବତ କରିବା ସହ ଜଣେ ନାବାଳକକୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା କେତେକ ବାଇକ୍‌ଗୁଡିକ ବାଲିଗୁଡା, ସାରଙ୍ଗଡ଼, ବଲାଙ୍ଗିର ଅଞ୍ଚଳରେ ହୋଇଥିବା ବେଳେ ଆଉ କେତେକ ସ୍ଥାନର ଜଣାପଡି ନାହିଁ, ଏହି ବାଇକ ଚୋରି ରାକେଟ୍‌ରେ ସାଧାରତଃ ନାବାଳକ ମାନେ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ନେଇ ଏଭଳି ଅପରାଧ ଠାରୁ ଦୂରେଇ ରହି ମୁଖ୍ୟସ୍ରୋତରେ ସାମିଲ ହେବାକୁ ବାଲିଗୁଡା ଏସ୍‌ଡିପିଓ ରାହୁଲ ଗୋୟଲ ନିବେଦନ କରିଛନ୍ତି । ଏଥିସହ ଏହି ଚୋରା ବାଇକ୍‌ ରାକେଟ୍‌ରେ ଆଉ କେଉଁ କେଉଁ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି ।

purusottam
Leave A Reply

Your email address will not be published.