csstore

ନିଖୋଜ ପ୍ରବାସୀ ଶ୍ରମିକଙ୍କ ତିନି ବର୍ଷ ପରେ ଘର ବାହୁଡ଼ା

ଜୟପାଟଣା, (ଶେଷଦେବ ବେହେରା) : ହାତକୁ କାମ ନ ଥିବା ବେଳେ ଅନେକ ଶ୍ରମିକ ରୋଜଗାର କ୍ଷମ ହେବା ପାଇଁ ଅନ୍ୟ ରାଜ୍ୟକୁ କାମ ବାହାନାରେ ସ୍ଥାନାନ୍ତର ହେଉଥିବା ଘଟଣା ନିୟମିତ ଭାବରେ ଲାଗିରହିଛି । ଏଭଳି ସ୍ଥିତିରେ ତିନି ବର୍ଷ ତଳେ ଜୀବନ ଜୀବିକା ପାଇଁ କେରଳ ରାଜ୍ୟକୁ ଯାଇ କିଛି ମାସର ରହଣି କାଳ ପରେ ଘରକୁ ଫେରିବା ବାଟରେ ଧନସୁଳୀ ପଞ୍ଚାୟତର ଭୋଳା ମାଝୀ (୬୩) ବାଟରେ ନିଖୋଜ ହୋଇତିନି ବର୍ଷ ପରେ ପୁଣି ଘରକୁ ଫେରିବା ଘଟଣା ଫେରିବା ବାଟକୁ ଭୁଲି ସାରି ଥିବା ପରିବାର ଓ ଗାଁ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ, ତିନି ବର୍ଷ ତଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଳୀ ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଭୋଳା ମାଝୀ କିଛି ସହଯୋଗୀଙ୍କ ସାଙ୍ଗରେ କାମ ପାଇଁ କେରଳ ଯାଇଥିଲ । କିଛି ମାସ ଧରି କାମ କଲାପରେ ଗାଁକୁ ଫେରିବା ବାଟରେ ନିଖୋଜ ହୋଇ ଯାଇଥିବା ସାଥୀମାନେ ଗାଁରେ ପ୍ରକାଶ କରିଥିଲେ । ଏ ସଂକ୍ରାନ୍ତରେ ଜୟପାଟଣା ଥାନାରେ ମଧ୍ୟ ଅଭିଯୋଗ କରାଯାଇ ଥିଲା । ତିନି ବର୍ଷର ଅନ୍ତରାଳ ପରେ ଗତ ଅକ୍ଟୋବର ୧୧ ତାରିଖ ଦିନ ରାୟପୁର ସ୍ଥିତ ଆମ୍ ସେବାଶ୍ରମରୁ ଧନସୁଳୀ ସରପଞ୍ଚ କୈଳାଶ ଚନ୍ଦ୍ର ସାହୁଙ୍କ ପାଖକୁ ଏକ ଫୋନ୍ କଲ୍ ଆସିବା ପରେ ଫଟୋ ମାଧ୍ୟମରେ ଭୋଳାର ପରିଚୟକୁ ପରିବାର ଲୋକ ନିଶ୍ଚିତ କରିଥିଲେ । ପରେ ଶ୍ରୀଯୁକ୍ତ ସାହୁ ରାୟପୁର ଯାଇ ଭୋଳାକୁ ନେଇଆସି ଥିଲେ । ଭୋଳା ଘରକୁ ଫେରି ଏକ ନିସ୍ତବ୍ଦତା ଦେଖିବାକୁ ପାଇଥିଲେ । ଫେରିବା ପରେ ମଧ୍ୟ କଷ୍ଟ ଦ୍ଵିଗୁଣିତ ହୋଇ ଯାଇଛି । ଧନ୍ଦା ପାଇଁ ଯିବା ବେଳକୁ ବୁଢ଼ୀ ମାଆ, ସ୍ତ୍ରୀ, ତିନି ପୁଅ ଓ ଚାରି ଝିଅ ଥିବା ସଂସାର ମଧ୍ୟ ଅନେକାଂଶ ରେ ଭାଙ୍ଗି ଯାଇଛି । ତିନି ଝିଅଙ୍କ ବିବାହ ସରିଥିବା ବେଳେ ସ୍ତ୍ରୀ ଓ ଗୋଟିଏ ପୁଅ ଆରପାରିକୁ ଚାଲିଯାଇଛନ୍ତି । ଏବେ ଘରେ ବୁଢ଼ୀ ମାଆ ଓ ମାନସିକ ସନ୍ତୁଳନ ହରାଇ ଥିବା ଗୋଟିଏ ପୁଅ । ବାର ବର୍ଷର ପୁଅ ଓ ନଅ ବର୍ଷର ଝିଅ ପୋଟେସ ଗ୍ରାମରେ ନିଜର ଭଉଣୀ ଘରେ ଆଶ୍ରୟ ନେଇଛନ୍ତି । ଏବେ ଭୋଳା ପାଇଁ ବୁଢ଼ୀ ମାଆ ହିଁ ଆଶ୍ରୟ ପାଲଟିଛନ୍ତି । ମାନସିକ ଦୁଶ୍ଚିନ୍ତାରେ ଗ୍ରାସିତ ଥିବା ଭୋଳା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.