ଶିବ ମନ୍ଦିର ପୂଜକ ସଙ୍ଘ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବପୀଠ କଲ୍ୟାଣ ମଣ୍ଡପ ଠାରେ ଶନିବାର ଶିବ ମନ୍ଦିର ପୂଜକ ସଂଘ ଗଠିତ ହୋଇଯାଇଛି । ଥାନାପତି ଜାତି ୧୩ ମହାସଭାର ସରଣ୍ଡା ଆଞ୍ଚଳିକ ସଭାର ୨୭ଟି ଗ୍ରାମରୁ ୨୩ଟି ଗ୍ରାମର ସଦସ୍ୟମାନେ ଯୋଗ ଦେଇଥିଲେ । ଥାନାପତି ଜାତି ସମାଜର କଲ୍ୟାଣ ସକାଶେ ମହାସଭାର ସମସ୍ତ ୧୩ ଆଞ୍ଚଳିକ ସଭାକୁ ସକ୍ରିୟ କରିବା ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା । ବରିଷ୍ଠ ସଦସ୍ୟ ଗୋଲକୁଣ୍ଡାର କୃଷ୍ଣ ମୋହନ ପୂଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମକର୍ତ୍ତା ନିର୍ବାଚନରେ କମିଟି ଗଠନ କରାଯାଇଥିଲା । ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ସହବନ୍ଧିତ ଭାବେ ସରଣ୍ଡା ଆଞ୍ଚଳିକ ଶିବ ମନ୍ଦିର ପୂଜକ ସଂଘ ଶନିବାର ଗଠିତ କରାଯାଇଥିଲା । ଏଥିରେ ସଭାପତି ଭାବେ ପର୍ଶୁରାମ ମହାପାତ୍ର, ଉପସଭାପତି ଭାବେ ରାଧେଶ୍ୟାମ ମହାପାତ୍ର, ସମ୍ପାଦକ ମଦନ ମହାପାତ୍ର, ସହସମ୍ପାଦକ ସୁମନ୍ତକ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ରୁଦ୍ର ମହାପାତ୍ରଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ୨୩ଟି ଗ୍ରାମରୁ ଜଣେ ଲେଖାଏଁ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ମନୋନୀତ କରାଯାଇଥିବା ବେଳେ ଗୋଲକୁଣ୍ଡାର କୃଷ୍ଣ ମୋହନ ପୂଝଆରି, ବ୍ରହ୍ମପୁରାର ନେହେରୁ ମହାପାତ୍ର, ଧ୍ରୁବ ଚରଣ ମହାପାତ୍ର, ଅମାଲିପାଲିର ପ୍ରଦୀପ ମହାପାତ୍ର, ସରଣ୍ଡାର ବ୍ରଜକିଶୋର ମହାପାତ୍ର ଏବଂ ଗଜିନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି । ଆସନ୍ତା ଅକ୍ଟୋବର ୧୧ ତାରିଖରେ ସୋର୍ଣ୍ଣା ଆଞ୍ଚଳିକ ସଭା ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

four × 3 =

error: Content is protected !!