ପୁଇଁନ୍ତଲାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନାଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନୀଳମଣି ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା, ସମ୍ମାନିତ ଅତିଥି ଭାବେ ବ୍ଲକ ଆବାହକ ଗିରିଜା ବାଙ୍କି, ରାକ୍ସିମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପୁଇଁତଳା ବ୍ଲକର ୨୭ଟି ବିଦ୍ୟାଳୟରୁ ୨୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଚଳିତ ବର୍ଷର ମୁଖ୍ୟ ବିଷୟ ‘ସହନୀୟ ବିକାଶ ପାଇଁ ମୋ÷÷ଳିକ ବିଜ୍ଞାନ : ଆହ୍ୱାନ ଓ ସମ୍ଭାବନା’ ବିଷୟରେ ସେମାନଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ପ୍ରଥମ ସ୍ଥାନ ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନାର ଛାତ୍ରୀ ପାୟଲ କୁଅଁର, ଦ୍ୱିତୀୟ ସ୍ଥାନ ଓଏଭି ମହିମୁଣ୍ଡାର ଛାତ୍ର ମନୀଷ କୁମାର ମିଶ୍ର ଓ ଜବାହରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ, ବିଲେଇସର୍ଡାର ଛାତ୍ରୀ ପାୟଲ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବରେ ପୋଲିସ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିରାଟ କେଶରୀ ପ୍ରଧାନ ଓ ଅଇଁଲାଚୁଆଁ ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ସଂଜିବନୀ ପଣ୍ଡା ଯୋଗ ଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ କର୍ମଚାରୀ, ବନ୍ଧପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ ବଡପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ସହଯୋଗ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପାୟଲ କୁଅଁର ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବେ ।

Leave A Reply

Your email address will not be published.

five × 4 =

error: Content is protected !!