ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ଏପିଜେ ଲୋଇସିଂହା ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ଏପିଜେ ଲୋଇସିଂହା ୨-୧ ଗୋଲରେ ବିଏନ୍‌ଏଏ ଜରାସିଂହାକୁ ହରାଇ ଚମ୍ପିୟାନ ହୋଇଛି । ପ୍ରଥମାର୍ଦ୍ଧରେ ଏପିଜେ ଲୋଇସିଂହା ଦେବରାଜ ସାଙ୍କ ଗୋଲ ବଳରେ ୧-୦ ଗୋଲରେ ଆଗୁଆ ଥିଲା । ଦ୍ୱିତୀୟାର୍ଦ୍ଧରେ ଲୋଇସିଂହା ଦଳର ପ୍ରେମରାଜ ପ୍ରଧାନଙ୍କ ଗୋଲ ଦେଇଥିବା ବେଳେ ଜରାସିଂହା ଦଳର କରନ ଦଣ୍ଡସେନା ଗୋଲ ସ୍କୋର କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ମାନିତ ଅତିଥି ଭାବେ ପୋଲିସ ଅଧିକ୍ଷକ ନିତିନ କୁଶଲକର ଯୋଗ ଦେଇ ବିଜେତା ଏପିଜେ ଲୋଇସିଂହା ଏବଂ ଉପବିଜେତା ବିଏନ୍‌ଏଏ ଜରାସିଂହା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଫୁଟବଲ ଏସୋସିଏସନ ଅଫ୍‌ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଉଦ୍‌ଯାପନି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ମଂଚାସୀନ ଥିଲେ । ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳ ପରିଚାଳନା କରିଥିବା ସମସ୍ତ ଜୋନମାନଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଅତିଥିଗଣ ଟୁର୍ଣ୍ଣାମେଣ୍ଟରେ ଖେଳ ପରିଚାଳନା କରିଥିବା ସମସ୍ତ ରେଫରିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିଏନ୍‌ଏଏ ଜରାସିଂହାର ଗୋବିନ୍ଦ ମାଝି, ମେନ୍‌ ଅଫ୍‌ ଦ ମ୍ୟାଚ୍‌ ଲୋଇସିଂହା ଏପିଜେର ସୁବ୍ରତ ପାତ୍ର ଓ ଉଦିୟମାନ ଖେଳାଳିି ଭାବେ ସାଇଟ ସ୍ପୋର୍ଟ୍ସ ସୋସାଇଟି ସଦାଇପାଲିର ସଂବିତ ନାଏକଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ୨୦ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଖେଳକୁ ଅବଦୁଲ ମୁଜିବ, ସୁଶାନ୍ତ କୁମାର ନାଗ, ରାଜେନ୍ଦ୍ର ଧରୁଆ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କ୍ରୀଡା ସଂସଦର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ପରିଶେଷରେ ସଂସଦର ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

two + twenty =