jsm

‘ଲାୟନ୍ସ କ୍ଲବ’ ପାଇକମାଲ, ନୃସିଂହନାଥର ନୂତନ ପରିଚାଳନା କମିଟି ଗଠନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଦାଦାଜୀ ହୋଟେଲ ବୈଦପାଲି ରୋଡ଼୍‌ଠାରେ ଲାୟନ୍ସ କ୍ଲବର କର୍ମକର୍ତ୍ତାମାନଙ୍କ ଏକ ବୈଠକ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । କ୍ଲବର ସମ୍ପାଦକ ନନ୍ଦଲାଲ ନାୟକ ବିବରଣୀ ପଠନ କରିଥିଲେ । କ୍ଲବର ନିର୍ଦ୍ଦେଶକ ସୁନ୍ଦରମଣୀ ନାୟକ କ୍ଲବ ଗଠନର ଉଦ୍ଦେଶ୍ୟ ଜ୍ଞାପନ ସହିତ କିପରି ଅଂଚଳର ଗରିବ, ଅସହାୟ, ଚିକିତ୍ସା କ୍ଷେତ୍ରରେ ଅସହାୟ ବ୍ୟକ୍ତିଙ୍କୁ ସହାୟ ହୋଇ ପାରିବ ସେ ବିଷୟରେ ବିସ୍ମୃତ ଭାବେ ଆଲୋକପାତ କରିଥିଲେ । କ୍ଲବ ସଭାପତି ଶ୍ରୀ ପଣ୍ଡା ତାଙ୍କ କାର୍ଯ୍ୟକାଳ ସମୟରେ ବହୁତ ଗୁଡିଏ ସମାଜ ମଙ୍ଗଳ କାର୍ଯ୍ୟ କ୍ଲବ ଅକ୍ଷରୁ କରିପାରିଥିବାରୁ ଅଧ୍ୟାପକ ଶ୍ୟାମଲାଲ ପ୍ରଧାନ ସଭାପତିଙ୍କୁ ଧନ୍ୟବାଦ ଦେବା ସହିତ କାର୍ଯ୍ୟକାରିଣୀ କମିଟିର କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଆଣିଥିଲେ । ସମସ୍ତଙ୍କ ସମର୍ଥନ କ୍ରମେ ଗୋବର୍ଦ୍ଧନ ଅଗ୍ରୱାଲଙ୍କୁ ସଭାପତି ଶ୍ୟାମଲାଲ ପ୍ରଧାନ, ଯୋଗେଶ୍ୱର ସାହୁ, ଡାକ୍ତର ଲମ୍ବୋଦର ପଣ୍ଡାଙ୍କୁ ଉପସଭାପତି, ନନ୍ଦଲାଲ ନାୟକଙ୍କୁ ସମ୍ପାଦକ, ଆନନ୍ଦ ଅଗ୍ରୱାଲଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଅନ୍ୟାନ୍ୟ ଦାୟିତ୍ୱରେ ଅଧ୍ୟାପକ ମୀନକେତନ ବେହେରା, ଡା. ରାଜୀବ ଲୋଚନ ପଟ୍ଟନାୟକ, କୀର୍ତ୍ତନ ସୋନି, ମୁକେଶ ଅଗ୍ରୱାଲ, କିଶୋରଚନ୍ଦ୍ର ବାରିକ, ନଳିନୀ ଥପା, ଅଶୋକ ଟାୟଲ ଏବଂ ସୁଶାନ୍ତ ପଣ୍ଡା ଦାୟିତ୍ୱ ଗ୍ରହଣ କରିଥିଲେ । ଶେଷରେ ନୂତନ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.