csstore

ଓଡିଶା ଗସ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର

  • ମନ୍ତ୍ରଣାଳୟ ଅଧୀନସ୍ଥ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ଭୁବନେଶ୍ୱର ସ୍ଥିତ ଦୂରଦର୍ଶନ କେନ୍ଦ୍ର, ନେସନାଲ ଏକାଡେମୀ ଅଫ୍ ବ୍ରଡକାଷ୍ଟିଂ ଆଣ୍ଡ ମଲ୍ଟିମିଡିଆ, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ କମ୍ୟୁନିକେସନ୍ ପରିଦର୍ଶନ କରିବା ସହିତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ।
ଏହା ପରେ ସଚିବ କଟକ ସ୍ଥିତ ଆକାଶବାଣୀ କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ସେ ଦୂରଦର୍ଶନ, ଏନଏବିଏମ୍ ଏବଂ ଆକାଶବାଣୀ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ ।

jayashree
Leave A Reply

Your email address will not be published.