csstore

ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟାଙ୍କ ଗଞ୍ଜାମ ଏନ୍‌ଏସି ଗସ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟାଙ୍କ ଗଞ୍ଜାମ ଏନ୍‌ଏସି ଗସ୍ତ କରିଥିବା ଜଣାପଡିଛି । ରାଜ୍ୟ ମୁକ୍ତା ଯୋଜନା ରାଜ୍ୟ ଉପଦେଷ୍ଟା ଇସ୍ପିତା ସାହୁ ଗଞ୍ଜାମ ଏନ୍‌ଏସି ସଭାଗୃହଠାରେ ମୁକ୍ତା ଯୋଜନା ସମୀକ୍ଷା କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀ ମା’ମାନଙ୍କ ସହ ଆଲୋଚନା କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଏନ୍‌ଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି, ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଏନ୍‌ଏସି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, କାଉନସିଲର ପୁରୁଷୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ୱାର୍ଡର ମହିଳା ଗୋଷ୍ଠୀଙ୍କୁ ମୁକ୍ତା ଯୋଜନା ଓ ଏହାର କାର୍ଯ୍ୟ ସମ୍ପର୍କରେ ରାଜ୍ୟ ଉପଦେଷ୍ଟା ପଚାରି ବୁଝିଥିଲେ । ମୁକ୍ତା ଯୋଜନାରେ ମହିଳାମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ, ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନା ମା’ମାନଙ୍କ ପାଇଁ କାହିଁକି ଆଣିଥିଲେ, ମୁକ୍ତା ଯୋଜନା କେବେଠାରୁ ଆରମ୍ଭ ହୋଇଥିଲା ଏନେଇ ମା’ମାନଙ୍କୁ କହିଛନ୍ତି ।

jayashree
Leave A Reply

Your email address will not be published.