pakka

ଆସନ୍ତାକାଲି ମୟୁରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି

bbehera

ରାଇରଙ୍ଗପୁର : ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତକୁ ଆଉ କିଛି ଘଣ୍ଟା ବାକି ରହିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିକ୍ୟୁରିଟି ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାହାଡ଼ପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ଚାଲିଛି ଚୂଡାନ୍ତ ସମୀକ୍ଷା ।

ରାଇରଙ୍ଗପୁର ଷ୍ଟାଡିୟମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୁରଭଞ୍ଜ ଏସ୍‌ପି ରିଷିକେଶ ଧ୍ୟାନଦେଓ ଖିଲାରୀଙ୍କ ଦ୍ୱାରା ହେଲା ବ୍ରିଫିଂ । ସୁରକ୍ଷା ଦୃଷ୍ଟିରୁ ସହରରେ ୫୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ଏବଂ ୪ଶହରୁ ଅଧିକ ଅଫିସର ମୁତୟନ ରହିବେ । ଚାରିଆଡେ ପୋଲିସର ଛାଉଣୀ ପଡୁଛି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୁରଭଞ୍ଜ ଏସ୍‌ପି ରିଷିକେଶ ଧ୍ୟାନଦେଓ ଖିଲାରୀଙ୍କ ସମେତ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ।

jay balangir
Leave A Reply

Your email address will not be published.

fifteen − 1 =

error: Content is protected !!