pakka

ତିନିଦିନିଆ ଓଡିଶା ଗସ୍ତରେ କେରଳର ନିର୍ବାଚିତ ପୌର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ

bbehera

ଭୁବନେଶ୍ୱର : କେରଳର କୋଝିକୋଡ ଏବଂ ପାଲକାଡ ପୌରାଞ୍ଚଳର ୨୧ ଜଣ ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତା ଫେବୃଆରୀ ୨୮ରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ପରିବେଶ ଓ ବିକାଶ କେନ୍ଦ୍ର (ସିଇଡି), ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ଜାତୀୟ ତାଲିମ ସଂସ୍ଥା ଭାବରେ ଏହି ଗସ୍ତ କାର୍ଯ୍ୟକ୍ରମର ଆୟୋଜିତ କରିଛି । ଅମୃତ ୨.୦ ଅଧିନରେ ବ୍ୟକ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଂଶ ଭାବେ ଫେବୃୟାରୀ ୨୮ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ କେରଳର ନିର୍ବାଚିତ ପୌର ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱର, ପୁରୀ ଏବଂ କଟକ ଗସ୍ତରେ ଆସିଛନ୍ତି ।

ସେମାନେ ଏଠାରେ ସ୍ୱରେଜ୍ ଏବଂ ସେପ୍ଟେଜ୍ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପାନୀୟ ଜଳ ଯୋଗାଣ, ଭୁବନେଶ୍ୱର, କଟକ ଏବଂ ପୁରୀରେ ସହର ସୌନ୍ଦର୍ଯ୍ୟକରଣ ଏବଂ ଐତିହ୍ୟ ପରିଚାଳନା ଉପରେ ଓଡିଶା ଦ୍ୱାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସ ବିଷୟରେ ଜାଣିବାକୁ ଏଠାରେ ଅଛନ୍ତି ; ଯାହା ସହରାଞ୍ଚଳର ଉନ୍ନତ କାର୍ଯ୍ୟକ୍ରମ ଭାବରେ ଦେଶରେ ବ୍ୟାପକ ଭାବରେ ପ୍ରଶଂସିତ ।

ଏହି ଦଳ ଫେବୃଆରୀ ୨୮ରେ ଭୁବନେଶ୍ୱରର ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ସମ୍ପଦ କେନ୍ଦ୍ର (ଏମସିସି, ଏମଆରଏଫ) ଏବଂ ସ୍ମାର୍ଟ ଜନପଥ ପରିଦର୍ଶନ କରିଥିଲେ ଏବଂ ଆଜି ସେମାନେ ପୁରୀ (ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍‍) ଏବଂ କୋଣାର୍କ ପରିଦର୍ଶନ କରୁଛନ୍ତି । ଆସନ୍ତାକାଲି କଟକ ପରିଦର୍ଶନ କରିବାକୁ ଦଳ ସ୍ଥିର କରିଛି ।

ଗତକାଲି ଅପରାହ୍ନରେ ସୁଡା ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ସହ ଗସ୍ତରେ ଥିବା ସଦସ୍ୟମାନେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀମତୀ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ଘଟୁଥିବା ସହରାଞ୍ଚଳ ରୂପାନ୍ତରଣ ଉପରେ ସେମାନଙ୍କୁ କହିଥିଲେ । ସହରୀକରଣର ଆହ୍ୱାନକୁ ଦୂର କରିବା ପାଇଁ ଯୋଜନା ଏବଂ ରଣନୀତି କାର୍ଯ୍ୟକାରୀ କରିବା ପାଇଁ ପୌରସଂସ୍ଥା ଗୁଡିକ ସେବା ବିତରଣ ଏବଂ କାର୍ଯ୍ୟ ଯୋଜନା ସ୍ଥିର କରୁଥିବା ସେ କହିଛନ୍ତି ।

କେରଳ ପ୍ରତିନିଧୀଙ୍କୁ ସମ୍ବୋଧିତ କରି ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଛନ୍ତି ଯେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ବୃତ୍ତିଗତ କାର୍ଯ୍ୟ ଏକ ଜରୁରୀ ଆବଶ୍ୟକତା ଏବଂ ଏହା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିୟମିତ ତାଲିମ ସହ ଭଲ ଅଭ୍ୟାସକୁ ପରିଦର୍ଶନ କରିବା ଏବଂ ସେମାନଙ୍କ ମଧ୍ୟରେ ସକରାତ୍ମକ ପ୍ରେରଣା ସୃଷ୍ଟି କରିବା ଆବଶ୍ୟକ । ଏହା ସହ ସହରାଞ୍ଚଳର ସମସ୍ତ ପ୍ରମୁଖ ସମସ୍ୟା, ଆହ୍ୱାନ ଏବଂ ଦେଶର ସହରାଞ୍ଚଳରେ ବିଭିନ୍ନ ଆହ୍ୱାନକୁୁ ଦୂର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସେମାନଙ୍କର ଜ୍ଞାନ, କୌଶଳ ଏବଂ ପାରଦର୍ଶୀତାକୁ ମଧ୍ୟ ଅପଡେଟ୍‍ କରିବ ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୋଝିକୋଡ ମେୟର ଡକ୍ଟର ବୀଣା ଫିଲିପ, କେରଳ ପାଲକାଡ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପ୍ରିୟ ଅଜୟାନ, ସିଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବିଏମ୍‍ସର ଡେପୁଟି ମେୟର ଶ୍ରମତୀ ମଞ୍ଜୁଲତା କହଁର ପ୍ରମୁଖ ନିଜ ନିଜ ମତ ରଖିଥିଲେ ।

jay balangir
Leave A Reply

Your email address will not be published.

ten − 6 =