
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶ୍ରୀକାନ୍ତ କୁମାର ଷଡଙ୍ଗୀ ଓ ଅତିରିକ୍ତ ଏସ୍ପି ଡ. ଶ୍ରାବଣୀ ନାୟକ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିରେ ବୃକ୍ଷରୋପଣର ଆବଶ୍ୟକତା ସହ ଅନୁଷ୍ଠାନର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟତମ ପୃଷ୍ଠପୋଷକ ଲଳିତା ମୁଦାଲି, ଡ. ସମ୍ପାଦିକା ମହାନ୍ତି, ମହାବିଦ୍ୟାଳୟର ବରିଷ୍ଠ କିରାଣୀ ପ୍ରଶାନ୍ତ ରଞ୍ଜନ ମହାପାତ୍ର, ଅଧ୍ୟାପକ ସଂଜୀତ କୁମାର ଭୂୟାଁ, ଉପଦେଷ୍ଟା ସନ୍ତୋଷ ଅଗ୍ରୱାଲ, ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁମିତା ପଟ୍ଟନାୟକ, ପ୍ରଣତୀ ଜେନା, ଶଙ୍ଖରିନା ପ୍ରଧାନ, ରେବତୀ ବାରିକ, ଶର୍ମିଲା ତ୍ରିପାଠୀ, ସନ୍ତୋଷୀ ମଲ୍ଲିକ, ଲୀନା ତ୍ରିପାଠୀ, ରଶ୍ମିତା ଚୌଧୁରୀ, ସୁନିତା ଶ୍ରୀନିବାସନ, ଲୁସି ଦାଶ, ମମତା ଦାସ, ଦେବସ୍ମିତା ଶତପଥୀ, ସୁଶ୍ରୀ ସିପ୍ରା ତନୟା ଜେନା, ମନୋରଞ୍ଜନ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।
