om academy

ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ସହ ୨ ଗିରଫ

jsm

କଣ୍ଟାମାଳ : ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଣ୍ଟାମାଳ ପୋଲିସ । ସୂଚନାନୁଯାୟୀ, ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଧଳା ରଙ୍ଗର କାର(ଓଆର୦୨ସିଏ୦୦୮୦)କୁ ସନ୍ଦେହରେ ଅଟକାଇଥିଲେ । କାର୍‌ଟିକୁ ଚେକିଂ କରିବାରୁ ପ୍ରାୟ ୫୪କିଲୋ ଗଞ୍ଜେଇ ବାହାରିଥିବା ଜଣାପଡିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଛତିଶଗଡ଼ ରାଜ୍ୟ ପେଣ୍ଡ୍ରା ଥାନା ଅମରପୁରର ସାଗର ପଟେଲ(୨୨) ଓ ମଧ୍ୟପ୍ରଦେଶ ରାଜ୍ୟ ଅନୁପୁର ଜିଲ୍ଲା ଛିଲପାରର ଦିନେଶ ପଟେଲ(୩୬)କୁ ଗିରଫ କରିବା ସହ ଗଞ୍ଜେଇ ଭର୍ତ୍ତି ଗାଡିକୁ ଜବତ କରି ଥାନାକୁ ଅଣାଯାଇଥିଲା । ଅନ୍ୟ ଜଣେ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟ ବିଳାସପୁର ଜିଲ୍ଲାର ସଞ୍ଜୟ ବାଘେଲ ଘଟଣାସ୍ଥଳରୁ ଖସି ପଳାଇଯାଇଥିବା ଜଣାପଡ଼ିଛି । ଏନେଇ କଣ୍ଟାମାଳ ପୋଲିସ ମାମଲାରୁଜୁ କରି କୋର୍ଟଚାଲାଣ କରିଥିବା ଡିଏସପି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.